ନିଶ୍ଚିନ୍ତକୋଇଲି,୨୩/୧୨/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ କୁଳଗାଁ ଇଶାଳ ଠାରେ ଆଦର୍ଶ ବିଦ୍ୟାଳୟ କ୍ଲାସରୁମ ନିର୍ମାଣ ରେ ବ୍ୟାପକ ଦୁର୍ନୀତିହୋଇଛି. । ଏ ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରସାରଣ ହେଲା ପରେ କଟକ ଜିଲ୍ଲପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ସମ୍ପୃକ୍ତ ଠିକାଦାର ଙ୍କୁ କଳା ତାଲିକା ଭୁକ୍ତ କରିବା ପାଇଁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁଧାକର ନାୟକ ଙ୍କୁ ନିର୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ ଓଡିଶା ଆଦର୍ଶ ବିଦ୍ୟାଳୟ କ୍ଲାସ ରୁମ କୋଠା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩କୋଟି ୩୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୧ ମସିହା ରେ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇ ୨୦୨୩ ମସିହା ରେ ଶେଷ କରିବା ପାଇଁ ଚୁକ୍ତି ହୋଇଥିଲେ ହେଁ, ୨୦୨୫ ମସିହା ଶେଷ ସୁଦ୍ଧା ନିର୍ମାଣ କାର୍ୟ୍ୟ ଶେଷ କରିନାହିଁ ଠିକାଦାର। ଦୁର୍ନୀତି ଖୋର ଯନ୍ତ୍ରୀ ଓ ଠିକାଦାର କପିଳେନ୍ଦ୍ର ସାହୁ ଙ୍କ ଖାମଖିଆଲି ନୀତି ଯୋଗୁଁ କୋଠା ନିର୍ମାଣ ରେ ବ୍ୟାପକ ଅନିୟମିତତା ହୋଇଥିବା ର ଖବର ପ୍ରସାରଣ ହେବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ତଦନ୍ତ କରିଥିଲେ। ଇଟା ବାଲି ରେ କାନ୍ଥ ଯୋଡ଼େଇ କରାଯିବା, କାନ୍ଥ ରେ ଫାଟ, ଛାତରେ ଫାଟ, ଚଟାଣ ଭାଙ୍ଗିଯିବା ଆଦି ବିଭିନ୍ନ ଅନିୟମିତତା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା।
ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ ଙ୍କ ସମେତ କଂଗ୍ରେସ ଓ ସାଧାରଣ ଲୋକ ମାନେ କୋଠା ନିର୍ମାଣ ର ଭିଜିଲାନ୍ସ ତଦନ୍ତ ମଧ୍ୟ ଦାବି କରିଥିଲେ। କଟକ ଜିଲ୍ଲାପାଳ ଉକ୍ତ ଘଟଣା ଆଧାରରେ ତଦନ୍ତ କରି ସମ୍ପୃକ୍ତ ଠିକାଦାର କପିଳେନ୍ଦ୍ର ସାହୁ ଙ୍କ ଠିକାଦାରୀ ଲାଇସେନ୍ସ କୁ କଳା ତାଲିକା ଭୁକ୍ତ କରିବା ସହିତ ଅନ୍ୟ ସ୍ଥାନ ରେ ନିର୍ମାଣ କରୁଥିବା କାର୍ୟ୍ୟ ର ଵିଲ ମଧ୍ୟ ବନ୍ଦ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।ଏଠାରେ ଉଲ୍ଲେଖନୀୟ ଯେ, ଗ୍ରାମ ଉନ୍ନୟନ ବିଭାଗ ର ଏହି ସବ ଡିଭିଜନ ଅଧୀନରେ ବହୁ କୋଟି ଟଙ୍କା ବ୍ୟୟରେ ପୋଲ, ଗୃହ ଓ ରାସ୍ତା ନିର୍ମାଣ ଚାଲିଥିଲେହେଁ ଯନ୍ତ୍ରୀ ମାନେ ଦୁର୍ନୀତି ରେ ବୁଡି ରହିଥିବା ଅଭିଯୋଗ ହୋଇଆସୁଛି ।
