ନିଶ୍ଚିନ୍ତକୋଇଲି, ୧୩/୦୮/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୂର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଖୋଜର ଦୁଇଦିନ ପରେ ପାଟନାଳିରୁ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଛି। ସୁଚନା ଅନୁସାରେ ରାମକୃଷ୍ଣପୂର ଗ୍ରାମର କୃଷକ ହରେକୃଷ୍ଣ ଲେଙ୍କା ୬୫ବର୍ଷ ଗତକାଲି ମଧ୍ୟାହ୍ନରେ ସ୍ଥାନିୟ ପାଟନାଳି ନିକଟରେ ଥିବା ତାଙ୍କର ଜମିରେ ଧାନ ତଳି ରୋପଣ ନିମନ୍ତେ ଯାଇ ଆଉ ଘରକୁ ଫେରିନଥିଲେ। 
ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଆଜି ମାହାଙ୍ଗା ବ୍ଲକ ପନ୍ଦରବାଟିଆ ପାଟନାଳିରେ ତାଙ୍କ ଶବ ଭାସୁ ଥିବାର ଲୋକେ ଦେଖିଥିଲେ। ଖବର ପାଇ ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଚିହ୍ନଟ କରିଥିଲେ। ପରେ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ କର୍ମଚାରୀ ମାନେ ପହଞ୍ଚି ତାଙ୍କର ଶବକୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
