ଚୋରା ମଦ ଓ ବ୍ରାଉନସୁଗାର୍ ବ୍ୟବସାୟୀ ମାନଙ୍କ ପାଇଁ କାଳ ସାଜିଛି ଜଗତସିଂହପୁର ଅବକାରୀ ବିଭାଗ: ୪୨ ଗ୍ରାମ୍ ହିରୋଇନ୍ ଓ ଚୋରା  ଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ।

ଜଗତସିଂହପୁର,୨୬/୦୯/୨୦୨୫ (ଓଡ଼ିଶା ସମାଚାର)- ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ ହୋଇଛି।

ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଜଟାଧାରୀ ମୁହାଣ ଥାନା ଅନ୍ତର୍ଗତ ଷଣ୍ଢକୁଦ ଅଞ୍ଚଳରେ ସ୍ଥିତ ଲାଇଟ୍ ହାଉସ୍ ନିକଟରୁ  ୪୨ ଗ୍ରାମ୍ ହିରୋଇନ୍  ଜବତ କରିଛି ପାରାଦୀପ ଅବକାରୀ ରେଞ୍ଜ , ଯାହାର କଳାବଜାରୀ ମୂଲ୍ୟ ପ୍ରାୟ ୪୨୦୦୦୦ ଟଙ୍କା। ଏହି ଅଭିଯାନରେ ସୁରଞ୍ଜନ ମଣ୍ଡଳ ନାମକ  ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅନ୍ୟ ଘଟଣାରେ, ଏସ୍ଆଇ ଶ୍ରୀଧର ସିଂ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଛକ ନାରାୟଣ ମନ୍ଦିର ନିକଟରୁ ୪.୮୦୦ ଲିଟର ଦେଶି ମଦ ସହିତ ଗୋଟିଏ ଦୁଇ-ଚକିଆ ଯାନ ଜବତ କରିଛନ୍ତି, ଏବଂ ଘଟଣାସ୍ଥଳରୁ ନିରାକାର ନାଥ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ଓ ଚୋରା ମଦ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ।

Leave a Reply

Your email address will not be published. Required fields are marked *