ନିଶ୍ଚିନ୍ତକୋଇଲି,୧୨/୦୮/୨୦୨୬(ଓଡିଶା ସମାଚାର / ଅଭୟ ଜେନା)କଟକ -ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଶୁକରପଡା ପେଟ୍ରୋଲ ପମ୍ପ ନିକଟରେ କଟକ ରୁ କେନ୍ଦ୍ରାପଡ଼ା ଅଭିମୁଖେ ଏକ ସ୍ବିଫ୍ଟ ଡିଜାୟାର କାର ରେ ଯାଉଥିବା ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଙ୍କ ଗାଡି ଅଟକାଇ ଯୁବତୀ ଙ୍କୁ ଅସଦାଚରଣ କରିବା ସହିତ ପୁରୁଷ ବନ୍ଧୁ ଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । 
ଗତକାଲି ମଧ୍ୟ ରାତ୍ରି ରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ସୂଚନା ମୁତାବକ ଯୁବତୀ ଜଣକ କେନ୍ଦ୍ରାପଡ଼ାକୁ ନିଜ ପୁରୁଷ ବନ୍ଧୁଙ୍କ ସହିତ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ରେ କିଛି ସମୟ ବିଶ୍ରାମ ପାଇଁ ଅଟକି ଥିଲେ। ଏହାର ସୁଯୋଗ ନେଇ ୬ଜଣ ଅପରାଧୀ ଶ୍ରେଣୀୟ ଯୁବକ ସମ୍ପୃକ୍ତ ଯୁବତୀ ଙ୍କ ସହିତ ଅସଦାଚରଣ କରିବା ସହିତ ଗାଡି ର କାଚ କୁ ଭାଙ୍ଗି ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ ହେବାପରେ ଏକ ମାମଲା ନମ୍ବର ୩୦୫ରେ ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଏଯାବତ ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅନ୍ୟ ମାନଙ୍କୁ ଧରିବା ପାଈଁ ଜଣେ ଡିଏସପି ଙ୍କୁ ଘଟଣା ର ତଦନ୍ତ ଭାର ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
