ଗରଦପୁର,୨୦/୦୪/୨୦୨୬ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମରେ .ପ୍ରତିଷ୍ଠିତ ନାମାଚାର୍ଯ୍ୟ ବାୟାବାବାଙ୍କ ତପୋଭୂମି ମାଳମଠରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଠାରୁ ୮୭ତମ ଶ୍ରୀ ଶ୍ରୀ କଳତପତରୁ ମହାଯଜ୍ଞ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବାଙ୍କ ର ସପାର୍ଷଦ ଅଖଣ୍ଡ ନାମ ସହ କଟକ ମହାସମାଧି ପୀଠରୁ ମାଳ ମଠକୁ ଶୁଭାଗମନ ହୋଇଛି । ପରେ ପରେ ଶ୍ରୀ ନାମ ଯଜ୍ଞ ର ଶୁଭାଧିବାସ ସମ୍ପନ୍ନ ହୋଇଛି ।
ଆସନ୍ତା ୨୨ ତାରିଖ ଠାରୁ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣର ପାଠାରମ୍ଭ,୨୪ ତାରିଖ ଠାରୁ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ପାଠାରମ୍ଭ , ୨୫ ତାରିଖ ଶ୍ରୀ କଳ୍ପତରୁ ମହାଯଜ୍ଞର ଅଙ୍କୁରା ରୋପଣ, ୨୬ ତାରିଖରେ ଯଜ୍ଞାଧିବାସ, ୨୭ ତାରିଖ ଠାରୁ ପଂଚଦିବସାତ୍ମକ ଆହୂତି , ୨୯ ଓ ୩୦ ତାରିଖ ସନ୍ଧ୍ୟାରେ ଶ୍ରୀ କଳ୍ପତରୁ କଥା ଯଜ୍ଞ ଓ ମଇଁ ୧ ତାରିଖ ଶୁକ୍ରବାର ସକାଳେ ନଗର କୀର୍ତନ, ସନ୍ଧ୍ୟାରେ ହରିହାଟ ଓ ଭଜନ ସମାରୋହ ଓ ରାତ୍ରୀ ୧.୩୬ ଠାରୁ ୩.୫୧ ମଧ୍ୟରେ ମହାଯଜ୍ଞର ପୂର୍ଣ୍ଣାହତୀ ପ୍ରଦାନ କରାଯିବା ପରେ ପରେ ଯଜ୍ଞ ର ଚରୁଅନ୍ନ ବିତରଣ ପରେ ମହାଯଜ୍ଞ ଉଦଯାପିତ ହେବ ବୋଲି ଶ୍ରୀ କଳ୍ପତରୁ ଶଚିନନ୍ଦନ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
