କଟକ ସଦର, ୧୨/୦୮/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଆଜକୁ କିଛିଦିନ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଆଜି ବୁଧବାର ପୂର୍ଣ୍ଣଛେଦ ପଡ଼ିଛି।
ଘଟଣାରେ ସଂପୃକ୍ତ ଚିଫ୍ ୱ।ର୍ଡେନ୍ ସୂଦର୍ଶନ ମିଶ୍ରଙ୍କ ସହିତ ଡେପୁଟି ଚିଫ ୱ।ର୍ଡେନ,ୱ।ର୍ଡେନ୍ ଓ ଡେପୁଟି ୱ।ର୍ଡେନ ଙ୍କୁ ଵଦଳି କରି ଦିଆଯାଇଥିଵା ଜଣାପଡିଛି। ସୂଦର୍ଶନ ମିଶ୍ର ଙ୍କ ସ୍ଥାନରେ ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ନୂଆ ଚିଫ୍ ୱ।ର୍ଡେନ୍ ଭାବେ ନିଯୁକ୍ତି ଦିଆଯାଇଛି। ଏହା ଜଣାପଡିବା ପରେ ବିଧାୟକ ପ୍ରକାଶ ସେଠୀଙ୍କ ନୈତିକ ଵିଜୟ ହୋଇଥିବା ପରିପ୍ରେକ୍ଷୀରେ କଟକ ସଦର ରେ ଖୁସିର ଲହରୀ ଖେଳିଯାଇଛି।
