କଟକ ସଦର,୧୨/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଏକ ତ୍ରିରଙ୍ଗା,ଏକ ଭାରତ ଅଭିଯାନରେ ଆଜି ବୁଧବାର ପୂର୍ବାହ୍ନରେ କଟକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ନେତୃତ୍ଵରେ ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋତାପୋଖରୀ ଠାରୁ କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ନୂଆପଡ଼ା ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ୱାର କଟକ ବିଜେପି ନେତା ନୟନ କିଶୋର ମହାନ୍ତି, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଵିନୋଦ ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ସୁଭ୍ରାଶୁଂ ଶେଖର ପାଢ଼ୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ଲଲାଟେନ୍ଦୁ ଵଡୁ, ଶ୍ରୀତମ ଦାସ, ତୁଷାରକାନ୍ତି ଚକ୍ରବର୍ତ୍ତୀ ଙ୍କ ସମେତ ହଜାର ହଜାର କର୍ମୀ ସାମିଲ ହୋଇଥିଲେ।

