ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋଙ୍କ ଅଧିଷ୍ଠାନ ଉତ୍ସବ ।

ଭୁବନେଶ୍ୱର,୦୯/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜୁଲାଇ ମାସ ଏକ ତାରିଖ ଠାରୁ ୨୦୨୬-୨୭ବର୍ଷ ପାଈଁ ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋଙ୍କ ନୁତନ କର୍ମକର୍ତ୍ତାଗଣ କାର୍ୟ୍ୟଭାର ଗ୍ରହଣ କରିଛନ୍ତି। ଏଥିନେଇ ଏକ ବିଶେଷ ଅଧିଷ୍ଠାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ପ୍ରେସିଡେଣ୍ଟ ଭାବେ ରୋଟାରିଆନ ମିହିର କୁମାର ପଟ୍ଟନାୟକ ଓ ସେକ୍ରେଟେରୀ ଭାବେ ରୋଟାରିଆନ ଅନାଦି ସାହୁ ଅଧିଷ୍ଠିତ ହୋଇଥିଲେ। ପ୍ରଥମ ଏକ ମାସ ଭିତରେ ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ସମାଜସେବା କ୍ଷେତ୍ରରେ ଅନେକଗୁଡ଼ିଏ ପ୍ରକଳ୍ପ ତଥା କାର୍ୟ୍ୟକ୍ରମ ସମାପନ କରି ପାରିଛନ୍ତି।

ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ୧୨୦ ଇନଫାନଟରି ବାଟାଲିୟନ , ସୈନିକ ସ୍କୁଲ ତଥା ସରସ୍ଵତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ବହୁ ସଂଖ୍ୟକ ଫଳଗଛ ଲଗାଇ ତାହାର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିଛନ୍ତି । ଭୁବନେଶ୍ବର ଆଖପାଖ ଅଞ୍ଚଳରେ ଥିବା କୁଷ୍ଠାଶ୍ରମ,ବୃଦ୍ଧାଶ୍ରମ, କନ୍ୟାଶ୍ରମ ଏବଂ ଶିଶୁଗୃହ ମାନଙ୍କରେ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଅନ୍ତେବାସୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାସହ ଆବଶ୍ୟକ ସ୍ଥଳେ ଷ୍ଟିଲ ଆଲମାରୀ , ପାଠ୍ୟ ପୁସ୍ତକ ଓ କମ୍ପ୍ୟୁଟର୍ ଇତ୍ୟାଦିର ବନ୍ଦୋବସ୍ତ କରିଛନ୍ତି।

ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟ ରେ ପିପିଲି ହେଲଥ ଇନଷ୍ଟିଚ୍ୟୁଟ ସହିତ ଜଡିତ ହୋଇ ଅତ୍ୟାଧୁନିକ ବୈଷୟିକ ଉପକରଣ ମାନ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ବିଗତ ବହୁବର୍ଷ ଧରି ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ଏ ସମସ୍ତ କ୍ଷେତ୍ରରେ ନିରନ୍ତର ଉଦ୍ୟମ କରି ଆସିଛନ୍ତି।

Leave a Reply

Your email address will not be published. Required fields are marked *