ଢେଙ୍କାନାଳ ୦୯/୦୮/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ -୨୦୨୬ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ସ୍ୱୀୟ ବକ୍ତବ୍ୟରେ ୧୯୪୨ ମସିହା ଅଗଷ୍ଟ ନଅ କ୍ରାନ୍ତି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମୂଳାଧାର ଓ ଅୟଆରମ୍ଭ ଥିଲା ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।
ପରିବେଶବିତ୍ ଉପେନ୍ଦ୍ର ରାଉତ,ଡ.ପ୍ରମୋଦ କୁମାର ନାୟକ,ଡ.ଅନୁପମା ମିଶ୍ର,ଡା.ଦେବୀ ପ୍ରସାଦ ମିଶ୍ର,ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଓ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ବକ୍ତା ଭାବରେ ସ୍ଵୀୟ ସ୍ଵୀୟ ଅଭିଭାଷଣରେ କହିଲେ ଯେ ଭାରତ ଇତିହାସରେ ୧୯୪୨ ଅଗଷ୍ଟ ନଅ କେବଳ ଏକ ମହତ୍ୱପୂର୍ଣ୍ଣ ତାରିଖ ନୁହେଁ, ଏହା ଭାରତୀୟ ଶାଶ୍ୱତ ସଭ୍ୟତା,ସଂସ୍କୃତିର ଅସ୍ତିତ୍ୱ ଓ ଅସ୍ମିତାର ଅନୁପମ ଉଦ୍ ଘୋଷ।ଏହି ଆଲୋଚନାଚକ୍ରରେ ,ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ ଓ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ବକ୍ତବ୍ୟରେ ଅଗଷ୍ଟ ନଅ ବିପ୍ଳବ ଏକ ନୀତିନିଷ୍ଟ ଐକ୍ୟବଦ୍ଧ ଗଣ ବିପ୍ଲବ ଥିଲା।ସ୍ୱାଧୀନ ହୋଇ ରହିବାର ସାହସ ଏହାର ମୂଳଶକ୍ତି।ଆଜି ବି ସମସ୍ତଙ୍କ ପାଇଁ ଏହା ଏକ ପ୍ରେରଣା ଅଟେ।ଆମେ ଆଜି ଦିନରେ ସେ ଶକ୍ତି ହରାଇଲେ କଷ୍ଟଲବ୍ଧ ସ୍ୱାଧୀନତା ବି ହରାଇବା।ସାଧୁ ସାବଧାନ।
ଏହି ସଭାରେ ସାର୍ଥକ ପଟ୍ଟନାୟକ,ଇଂ.ଅବିନାଶ ଦାସ, ଇଂ.ଯୁଧିଷ୍ଟିର ସାହୁ,ବିପିନ ବିହାରୀ ବେହେରା,ପ୍ରେମାନନ୍ଦ ଶତପଥୀ,ତରୁଣ କୁମାର ବିଶ୍ୱାଳ,ବସନ୍ତ କୁମାର ବିଶ୍ୱାଳ, ରବିନାରାୟଣ ପଟ୍ଟନାୟକ,ଲକ୍ଷ୍ମୀଧର ଶତପଥୀ,ଗିରିଶ ଚନ୍ଦ୍ର ସାମଲ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା, ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମାଜସେବୀ ପରିବେଶବିତ୍ ଉପେନ୍ଦ୍ର ରାଉତ ସ୍ୱାଗତଭାଷଣ ଦେଇଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
