ଭୁବନେଶ୍ୱର,୦୩/୦୭/୨୦୨୫ (ଓଡ଼ିଶା ସମାଚାର)-ଜୟଦେବ ବିହାର ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ଲେନ୍-ନଂ-୫ ଠାରେ ପଂଚମୁଖୀ ହନୁମାନ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଖଣ୍ଡ ଦୀପ ସ୍ଥାପନ, ଘଟ ସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ବିଗ୍ରହସ୍ନାନ, ଷୋଡ଼ଶ ଉପଚାର ପୂଜା, ଅଗ୍ନିସ୍ଥାପନ, ମଣ୍ଡଳପୂଜା, ହୋମ, ହନୁମାନ ଚାଳିଶା ପଠନ, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଜୟଦେବ ବିହାର ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପଲେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ମନୋଜ୍ଞ ଉତ୍ସବରେ ବୃନ୍ଦାବନରୁ ଆସିଥିବା ଆଜନ୍ମ ବ୍ରହ୍ମଚାରୀ ବାବା ବନମାଳି ଦାସ ଓ ମୁଖ୍ୟ ପୂଜକ ଧୀରେନ୍ଦ୍ର ଦାଶଙ୍କ ତତ୍ୱାବଧାନରେ ପୂଜକ ବିଜୟ ଦାଶ ପୂଜାର୍ଚ୍ଚନା କରିଥିଲେ ।
ଏଥିରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିକାଶ ପରିଷଦର ବରିଷ୍ଠ ଉପଦେଷ୍ଟା ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଡଃ ଶକ୍ତିରାଜ ଜାମଲା, ସମାଜସେବୀ ଯୁଧିଷ୍ଠିର ସାହୁ ଓ ମନୋଜ ରଥ, ବିଭୂଦ ରାଉତ, ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ଦାସ,
କୋଷାଧ୍ୟକ୍ଷ ଲୋପାମୁଦ୍ରା ମହାପାତ୍ର, ମାନସ ରଞ୍ଜନ ରଥ, ରାଜଶ୍ରୀ ରଥ, ଆର୍କିଟେକ ଶୁଭଶ୍ରୀ ରଥ, ବାପି ଖଟେଇ, ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମର ସଭାପତି ସିଦ୍ଧାର୍ଥ ମିଶ୍ର ଓ ସାଂଗଠନିକ ସମ୍ପାଦକ ପ୍ରଭାସ ରଞ୍ଜନ ଦାସ, ଚନ୍ଦ୍ରିକା ନାୟକ, ସଙ୍ଗୀତଜ୍ଞ ସାଇସ୍ମିତା ରଥ, ଉର୍ମିଳା ରାଉତ, ମିନାକ୍ଷୀ ଷଢଙ୍ଗୀ, ଶଶିକଳା ଦାସ, କିଶୋର ମହାପାତ୍ର, ଦୁଃଶାସନ ସାହୁ, ନକୁଳ ଚରଣ ଲେଙ୍କା, ଦଶରଥ ଦାସ, ଭକ୍ତ ସୀତାରାମ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଏହି ଉତ୍ସବରେ ଆଖପାଖ ଅଂଚଳରୁ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ପଣା ବଂଟନ କରାଯିବା ସହିତ ପ୍ରସାଦ ସେବନ କରାଯାଇଥିଲା । ତୁଳସୀ ଭଜନ ସନ୍ଧ୍ୟା ପକ୍ଷରୁ ସଙ୍ଗୀତ ନିର୍ଦ୍ଧେଶକ ଆଶ ମୁକୁଲ ବାରିକଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ, ଇତିଶ୍ରୀ, ସୁଜାତା ଓ ସ୍ନେହାଶ୍ରୀ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ନିରଞ୍ଜନ, ସନ୍ଦୀପ କୁମାର, ଚିତରଞ୍ଜନ ଓ ଅନିଲ୍ କୁମାର ସହାୟତା କରିଥିଲେ ।
