ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

କଟକ, ୦୯/୦୮/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ସଦର ଥାନା ଅନ୍ତର୍ଗତ ଅଡ଼ାଳିଆସ୍ଥିତ ନାଇଟିଙ୍ଗେଲ ନର୍ସିଙ୍ଗ ସ୍କୁଲ ଓ କଲେଜରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଛି। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଆଫ୍ରୋସ ଖାଁ ଓ ଅଧ୍ୟକ୍ଷା କ୍ରିଷ୍ଣାଞ୍ଜଳି ସାମଲ ଯୋଗଦେଇ ଶିଶୁର ସୁସ୍ଥ ବିକାଶ ଓ ଉତ୍ତମ ପୋଷଣ ପାଇଁ ମା’ କ୍ଷୀରର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ସ୍ତନ୍ୟପାନ ସମ୍ପର୍କିତ ସଚେତନତା ବୃଦ୍ଧି ସହ ମା’ ମାନଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ପରିବେଷଣ ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ବିଶ୍ୱଜିତ ପାଣିଗ୍ରାହୀ, ବିଭୁଦୟାଲ ସାହୁ ଓ ଅଧ୍ୟାପିକା ଶୁଭଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରିୟଙ୍କା ଜେନା, ବର୍ଷା ସ୍ବାଇଁ, ରେଶମା ସାହୁ, ସୟଂପ୍ରଭା ବିଶ୍ୱାଳଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *