କେନ୍ଦ୍ରାପଡ଼ା, ୦୭/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲରେ ସୋମବାର ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୨୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୧୨ ଟି ବ୍ୟକ୍ତିଗତ ହୋଇଥିବା ବେଳେ୧୧ଟି ସାମୂହିକ ଅଭିଯୋଗ ଥିଲା ।
ଅଭିଯୋଗ ଶୁଣାଣୀରେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୩୭ହଜାର ଟଙ୍କା ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । ଅଭିଯୋଗ ଶୁଣାଣୀରେ ମୁଖ୍ୟତଃ ଭତା, ଜମିଜମା ବାବଦ, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମ୍ବନ୍ଧୀୟ ଅଭିଯୋଗ ଗୁଡିକ ପଞ୍ଜିକୃତ ହୋଇଥିଲା । ଅଭିଯୋଗ ଗୁଡିକର ଶୁଣାଣିକରି ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବାକୁ
ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣିରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୧୪ ଜୁଲାଇରେ ଡେରାବିଶ ବ୍ଲକ କାର୍ଯ୍ୟାଳୟ, ୨୧ ଜୁଲାଇରେ ଗରଦପୁର ଏବଂ ୨୮ ଜୁଲାଇରେ ରାଜନଗର ବ୍ଲକ କାର୍ଯ୍ୟାଳୟରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣି କରାଯିବାର କାର୍ଯ୍ୟକ୍ରମ ରହିଛି ।
