ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡସ୍ ଦିବସ ପାଳିତ

“ସଚେତନତା ହିଁ ସୁରକ୍ଷା”

ଭୁବନ, ୦୧/୧୨/୨୦୨୫ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭ ରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି କହିଥିଲେ ଯେ,ସଚେତନତା ହିଁ ସୁରକ୍ଷା । କେବଳ ନିଜେ ସଚେତନ ହେଲେ ଏଡସ୍ ସଂକ୍ରମଣ ରୁ ରକ୍ଷା ପାଇ ପାରିବ ବୋଲି କହିଥିଲେ ।

ଏଡ଼ସ୍ ରୋଗର ସୃଷ୍ଟି ଏବଂ ସମାଜ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ଅଧ୍ୟାପିକା ଡଃ ମମତା ପାତ୍ର ଆଲୋକପାତ କରିଥିଲେ। ଏନ୍ ସି ସି ଅଫିସର ଡଃ ପ୍ରମିଳା ଦାସ,ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ, ୟୁଥ୍ ରେଡକ୍ରସ କାଉନସେଲର ଅଧ୍ୟାପିକା ଅନୁପମା ମିଶ୍ର ଙ୍କ ତତ୍ତ୍ଵାବଧାନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ଏନ୍ ଏସ ଏସ ସ୍ବେଛାସେବୀ ଛାତ୍ରୀ ଓ ୟୁଥ୍ ରେଡକ୍ରସ ଛାତ୍ରୀ ମାନଙ୍କ ସହ ଅଧ୍ୟାପକ,ଅଧ୍ୟାପିକା ଓ କଲେଜ କର୍ମଚାରୀ ମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି କରି ୨ ନମ୍ବର ୱାର୍ଡ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ । ମହାବିଦ୍ୟାଳୟରେ ରେଡ ରିବନ୍ କ୍ଲବ ଗଠନ କରାଯାଇ ଆଗାମୀ ଦିନରେ ବ୍ୟାପକ ସଚେତନତା କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।

ଅନୁରୂପ ଭାବେ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ଅଧ୍ୟକ୍ଷା ସୂପ୍ତିମୟୀ ସେନ, ୟୁଥ୍ ରେଡକ୍ରସ କାଉନସେଲର ନମିତା ଦ୍ବିବେଦୀ ,ସ୍କାଉଟ ଆଣ୍ଡ ଗାଇଡ ଲିଡର ପ୍ରଣତି ବେହେରା ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *