କଣ୍ଟ ପୁରିଗଲା,ପାରାଵିଲ୍ ରେ ଓଭର ହେଡ୍ ଟାଙ୍କିରୁ ପାନୀୟ ଜଳ ଯୋଗାଣ କେବେ?

କଟକ ସଦର ୦୯/୦୮/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମରେ ଲୋକମାନଙ୍କୁ ପାଇପ୍ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଦୀର୍ଘ ଦିନ ହେଲା ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ ସରିଥିଲେ ବି ତାହା କାର୍ୟ୍ୟକାରୀ ନହେବା ପଛରେ କାରଣ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ଏ ସମ୍ପର୍କରେ ଗତ ୧୫ ତାରିଖ ଦିନ ସଦର ପଞ୍ଚାୟତ ସମିତି ବୈଠକରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁନିତା ମହାନ୍ତି ଙ୍କୁ ବିଧାୟକ ପଚାରିଵାରେ ତାହା ୧୫ ଦିନ ମଧ୍ୟରେ କାର୍ୟ୍ୟକ୍ଷମ ହେବ ବୋଲି ଯନ୍ତ୍ରୀ କହିଥିଲେ।

କଣ୍ଟ ପୁରିଲା ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା। ଏହି ପରିପ୍ରେକ୍ଷୀରେ ଗ୍ରାମରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ ଆସନ୍ତା କାଲି ସୋମବାର ଦିନ ସଦର ବ୍ଲକରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଲୋକମାନେ ଏ ସମ୍ପର୍କରେ ଅଭିଯୋଗ ଉପସ୍ଥାପନ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *