ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର,ଅପହର୍ତ୍ତା ଗିରଫ 

କଟକ ସଦର,୦ ୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ନାନପୁର ସାଧୁଚରଣ ବିଦ୍ୟାଳୟର ଜନୈକା ୧୦ ମ ଶ୍ରେଣୀ ଛାତ୍ରୀଙ୍କୁ ଗତ ଜୁଲାଇ ୧୭ ତାରିଖରେ କେହି ଗେଟ୍ ସମ୍ମୁଖରୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏ ସଂକ୍ରାନ୍ତରେ ୨୩୪/ ୨୦୨୬ ରେ ଏକ ଅପହରଣ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିଲା ।

  ଗତକାଲି ଶୁକ୍ରବାର ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମରୁ ଅପହୃତା ନାବାଳିକା ଛାତ୍ରୀ କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଅପହର୍ତ୍ତା ସୋମୁ ବେହେରା (୨୨) କୁ ଉଠାଇ ଆଣିଥିଲା। ଆଜି ଶନିବାର ଦିନ ଅଭିଯୁକ୍ତ ଅପହର୍ତ୍ତା ସୋମୁକୁ ପୋକ୍ସୋ ଆକ୍ଟ ରେ ଗିରଫ କରାଯାଇ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ମାନେଶ୍ୱର ପ୍ରଧାନ ଙ୍କ ଠାରୁ ଜଣାପଡିଛି  ।

Leave a Reply

Your email address will not be published. Required fields are marked *