କଟକ ସଦର,୦୭/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଚିନ୍ତାମଣି ହାଇସ୍କୁଲ ପଡିଆ ଏବେ ଉଦବୃତ ବର୍ଷା ଜଳରେ ବୁଡ଼ି ରହିଛି । ପଡ଼ିଆ ଏବେ ବର୍ଷା ପାଣିରେ ଭର୍ତ୍ତି ହୋଇ ପୁଷ୍କରିଣୀ ର ଭ୍ରମ ସୃଷ୍ଟି କରୁଛି।
ଜଳ ନିଷ୍କାସନ ର କୌଣସି ସୁବିଧା ନଥିବା କିମ୍ବା ବ୍ୟବସ୍ଥା ପାଇଁ ଚିନ୍ତା କରାନଯିଵା ଫଳରେ ଏପରି ଅବସ୍ଥା ଦେଖାଦେଇଛି। ଯାହା ଫଳରେ ପିଲାମାନେ ଏବେ ଖେଳକୁଦ ରୁ ବଞ୍ଚିତ ହୋଇଥିବା ବେଳେ ଆଗକୁ ଅଗଷ୍ଟ ୧୫ ପତାକା ଉତ୍ତୋଳନ ଏଵଂ ମିଳିତ ପ୍ୟାରେଡ କିପରି ହେବ ତାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜାତୀୟ ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶଙ୍କ ନିକଟରେ ସାଧାରଣରେ ଦାବି ହେଉଛି।
