ନୂଆପଡ଼ା ଜିଲ୍ଲାରେ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଲେ ସୂର୍ଯ୍ୟବଂଶୀ ସୂରଜ

ନୂଆପଡ଼ା/ ଭୁବନେଶ୍ୱର,୨୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନୂଆପଡ଼ା ଜିଲ୍ଲାରେ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ନୂଆପଡ଼ା ଜିଲ୍ଲାରେ ନୂତନ ସଂସ୍କୃତି ଭବନ ନିର୍ମାଣ ପାଇଁ ମୋଟ ୧୪ କୋଟି ୩ ଲକ୍ଷ ୧୧ ହଜାର ଟଙ୍କା ଅଟକଳ ରାଶି ସ୍ଥିର ହୋଇଛି। ବହୁତଳ ବିଶିଷ୍ଟ ଏହି ସଂସ୍କୃତି ଭବନର ପ୍ରଥମ ମହଲାରେ ଅଡ଼ିଟୋରିୟମ୍, ଦ୍ଵିତୀୟ ମହଲାରେ ସଂଗ୍ରହାଳୟ ଏବଂ ତୃତୀୟ ମହଲାରେ ଇ-ଲାଇବ୍ରେରୀ ରହିବାର ବ୍ୟବସ୍ଥା କରାଯାଇଛି।

ନୂଆପଡ଼ା ଜିଲ୍ଲାର ଅନନ୍ୟ ସଂସ୍କୃତି, ଲୋକକଳା ଏବଂ ଐତିହ୍ୟର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଜିଲ୍ଲା ସଂସ୍କୃତି ଭବନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

-0-

ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *