କଟକ ୦୭/୦୮/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା)କଟକ ରାଣୀହାଟ ଏମ୍ପୋରିଅମ ଲେନ ସ୍ଥିତ “ରିଲାକ୍ସ ହସ୍ପିଟାଲ”ରେ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସେଠାରେ ଗୁରୁତର ରୋଗୀଙ୍କ ପାଇଁ କୌଣସି ସୁବିଧା ନାହିଁ, ଅଗ୍ନି ନିରାପତ୍ତା ନାହିଁ, ଜିଏସଟି ଭାଉଚରରେ ଡାକ୍ତରଙ୍କ ଜାଲ ଦସ୍ତଖତ ହେଉଛି ଏବଂ ବିଭିନ୍ନ ନିଦାନ ପରୀକ୍ଷା ବାବଦରେ ଗରୀବ ରୋଗୀଙ୍କ ଠାରୁ ଦଲାଲମାନଙ୍କ ଦ୍ୱାରା ଅଧିକ ଅର୍ଥ ଆଦାୟ କରାଯାଉଛି।
ହସ୍ପିଟାଲର କର୍ତ୍ତୃପକ୍ଷ ବିଶ୍ୱରଞ୍ଜନ ମହାପାତ୍ର ନିରୀହ ରୋଗୀଙ୍କୁ ନିଜ ହସ୍ପିଟାଲରେ ଭର୍ତ୍ତି କରିବାରେ ମାହିର ବୋଲି ଦାବିପତ୍ରରେ ଉଲ୍ଲେଖ ଅଛି। ଏଥି ସହ ନୋଡାଲ ଅଫିସରଙ୍କ ସହ ମିଶି ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ଆତ୍ମସାତ, ୨୪ ଘଣ୍ଟା ଡାକ୍ତର ନ ରହିବା, ଷ୍ଟାଫ୍ ନର୍ସ, ପାର୍କିଂ ଓ ଜରୁରୀକାଳୀନ ଫାଟକ ବ୍ୟବସ୍ଥା ନ ଥିବାରୁ ଅଭିଯୋଗ ହୋଇଛି।
ବିଗତ ୨ ବର୍ଷ ମଧ୍ୟରେ ଆଇସିୟୁରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ପ୍ରମାଣପତ୍ର ଯାଞ୍ଚ ସହ ଏହି ସମ୍ବେଦନଶୀଳ ଅଭିଯୋଗର ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ଦାବି କରିଛି।
ଏହି ଅବସରରେ ପରିଷଦ ସଭାପତି ସାମାଜିକ କର୍ମୀ ସୁକାନ୍ତ ସେଠୀ, ମାହାଙ୍ଗା ଶାଖା ସଭାପତି ଅଶୋକ ମଲ୍ଲିକ, ରବିନ୍ଦ୍ର ବେହେରା, ସୁରେଶ ସ୍ୱାଇଁ, ଅଟଳ କିଶୋର ଜେନା, ସୁକାନ୍ତ ସାହୁ, ରବୀନ୍ଦ୍ର କୁମାର ସାହୁ, ଗୀତା ରାଣୀ ସ୍ୱାଇଁ, ରୁନୁ ପ୍ରଧାନ, ସୁରେଶ ମଲ୍ଲିକ, ନଳିନୀକାନ୍ତ ମଲ୍ଲିକ, ଅରବିନ୍ଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।
