ବିରଜା କୃପା ସାହିତ୍ୟ ପରିବାରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ ।

ଯାଜପୁର , ୧୧/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିରଜା କୃପା ସାହିତ୍ୟ ପରିବାର ଆଜି ତାର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ମହା ସମାରୋହରେ ପାଳନ କରିଛି। ପ୍ରଥମ ଅଧିବେଶନରେ ରାଜ୍ୟର କୋଣ ଅନୁକୋଣ ରୁ ଆସିଥିବା କବି କବୟିତ୍ରୀ ମାନେ କବିତା ପାଠ କରିଥିଲେ , ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିବାର ର ମୁଖ୍ୟ ଉପଦେଷ୍ଠା ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ଡ.ପଣ୍ଡିତ ଜ୍ଞାନ ରଞ୍ଜନ ପତି ,ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ତଥା ପ୍ରବାସୀ ଭାରତୀୟ ରଞ୍ଜିତ କୁମାର ସାହୁ , ଉପଦ୍ଦେଷ୍ଠା ବିଶ୍ୱେଶର ମାଝୀ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା , ଅନୁଷ୍ଠାନ ସଭାପତି ଵିଦ୍ୟୁପ୍ରଭା ମିଶ୍ର , ସମ୍ପାଦକ ବୈଦ୍ୟନାଥ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ସାହିତ୍ୟ ଓ ବିରଜାକୃପା ପରିବାର ବିଷୟରେ ଆଲୋକପାତ କରିଥିଲେ ।
ସମ୍ପାଦକ ବୈଦ୍ୟନାଥ ପଣ୍ଡା ସମ୍ପାଦକୀୟ ପାଠ କରିଥିବା ବେଳେ ପଣ୍ଡିତ ଭୂପତି ଭୂଷଣ ମିଶ୍ର କାର୍ୟକ୍ରମ ସଂଚାଳନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବିରଜାକୃପା ପତ୍ରିକା ମଧ୍ୟ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା , ପରେ ପରେ ବିଭିନ୍ନ ଲେଖକ ଙ୍କ ଦ୍ଵାରା ରଚିତ ପୁସ୍ତକ ମଧ୍ୟ ଉନ୍ମୋଚିତ କରାଯାଇଥିଲା ।
ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିତ୍ଵ ଙ୍କୁ ଚଳିତ ବର୍ଷ ବିରଜା କୃପା ସମ୍ମାନରେ ସମ୍ମାନିତ କରାଯାଇଛି । କବିତା ମଧ୍ୟରେ ପ୍ରାଣ ପ୍ରାଚୁର୍ୟ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ସମୟ ଆସିଛି ଆମ ଓଡ଼ିଆ ସାହିତ୍ୟ କୁ ବଂଚାଇବାକୁ ଆମେ ନିରନ୍ତର୍ ପ୍ରୟାସ ଜାରି ରଖିବାକୁ ଡ ଜ୍ଞାନରଞ୍ଜନ ପତି ନିଜ ବକ୍ତବ୍ୟରେ କହିଥିଲେ । ଲେଖକର ଲେଖନୀ ସମାଜ ପାଇଁ ହିତକର ହେବା ପାଇଁ ଡ ପତି ପରାମର୍ଶ ଦେଇଥିଲେ । ପାଠକ ଙ୍କୁ ରୁଚି ସମ୍ପର୍ଣ ହେବା ଆବଶ୍ୟକ ଅଛି ବୋଲି ସେ ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *