‘ମୋ କଲେଜ’କୁ ସମ୍ମାନଜନକ ‘ସ୍କଚ’ସମ୍ମାନ

ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ନେଇ ସଫଳତା
ଭୁବନେଶ୍ୱର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ଶନିବାର ଦେଶର ସମ୍ମାନ ଜନକ ‘ସ୍କଚ’ସମ୍ମାନରେ ଭୂଷିତହୋଇଛି । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି । ବିଶେଷକରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା,ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତିଭୂମିର ବିକାଶ ନିମନ୍ତେ ସ୍ୱତନ୍ତ୍ର ଯୋଜନାଲା ଗୁନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି ।ଏନେଇ ନୂଆଦିଲ୍ଲୀସ୍ଥିତ ‘କନଷ୍ଟିଚୁ୍ୟସନ କ୍ଲବ ଅଫ ଇଣ୍ଡିଆ’ଠାରେ ଆୟୋଜିତ ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ‘ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଉପସ୍ଥିତ ରହି ସମ୍ପୃକ୍ତ ସମ୍ମାନ ଗ୍ରହଣ କରିଛନ୍ତି ।
ଅଗ୍ରଣୀ ‘ଏକ୍ସେଲେନ୍ସ ପାଭିଲିୟନ’ ବର୍ଗରେ ‘ମୋକଲେଜ’କୁ ଏହି ସ୍କଚ ସମ୍ମାନ ମିଳିଛି । ପିଆର ଭୋଟିଙ୍ଗ, ଅନଲାଇନ ଭୋଟିଙ୍ଗ ଏବଂ ଖଣ୍ଡପୀଠ ମୂଲ୍ୟାୟନ ପ୍ରକ୍ରିୟାରେ ଶ୍ରେଷ୍ଠ ବିବେଚିତ ହୋଇ ସମ୍ପୃକ୍ତ ସମ୍ମାନ ନେଇ ସଂଗଠନ ଚୟିତ ହୋଇଥିଲା । ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଅଭିଯାନ ସ୍ୱରୂପ ୨୦୨୧ରେ ‘ମୋ କଲେଜ’ଆରମ୍ଭ ହୋଇଥିଲା । ପରେ ରାଜ୍ୟର ସମୁଦାୟ ୮୫୦ ଗୋଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷକ ଶିକ୍ଷାମହାବିଦ୍ୟାଳୟ, ପଲିଟେକନିକ, ଇଞ୍ଜିନିୟରିଂ କଲେଜ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଏହି ସଂଗଠନ ସହ ଅନୁବନ୍ଧିତ ହୋଇଥିଲା ।ପରେ ଶିକ୍ଷାନୁଷ୍ଠାନ ସବୁର ବିକାଶ ନେଇ ସମୁଦାୟ ୯୭ ଗୋଟି ପ୍ରକଳ୍ପ ହାତକୁ ନେଇଥିଲା ।ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ସମୁଦାୟ ୪୭କୋଟି ବ୍ୟୟରେ ୬୧ଟି ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି ।ଏହାଛଡ଼ା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସବୁର ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବାନେଇ ଏକ ବିଶାଳ ଅଭିଯାନ ହାତକୁ ନେବାସହ ଆଲୁମିନି ସେଲ ଗଢ଼ିଛି । ଏଥିସହ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ ସହ ଆତ୍ମନିଯୁକ୍ତି ତାଲିମ ମଧ୍ୟ ଯୋଗାଉଛି । ତେବେ ଶିକ୍ଷାନୁଷ୍ଠାନ ରୂପାନ୍ତରଣ କ୍ଷେତ୍ରରେ ସଂଗଠନର ସଫଳ ଉଦ୍ୟକୁ ବିଚାରକରି‘ମୋ କଲେଜ’କୁ ଏହି ସମ୍ମାନଜନକ ଆୱାର୍ଡ଼ ମିଳିଛି ।
‘ସ୍କଚ’ହେଉଛି କୌଣସି ସ୍ୱାଧୀନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସର୍ବୋତମ ସମ୍ମାନ । ଯାହା ଦେଶ ହିତନେଇ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ,ସଂସ୍ଥା ଏବଂ ଯୋଜନାକୁ ନିୟମିତ ବ୍ୟବଧାନରେ ସମ୍ମାନିତ କରିଥାଏ । ତେବେ ଚଳିତ ଥର ଦେଶରେ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମୁଦାୟ ଏକ ହଜାରସଂସ୍ଥା ଓ ଯୋଜନାଏହି ଆୱାର୍ଡ଼ ନେଇ ଆବେଦନ କରିଥିଲେ । ଓଡ଼ିଶା ସରକାରଙ୍କ ଏକ ଶ୍ରେଷ୍ଠ ସଂଗଠନ ଭାବେ‘ମୋ କଲେଜ’ସମ୍ପୃକ୍ତ ସମ୍ମାନ ନେଇ ଯୋଗ୍ୟ ବିବେଚିତ ହୋଇପାରିଛି ।ତେବେ ଶିକ୍ଷାନୁଷ୍ଠାନ ଗୁଡିକୁ ଅଧିକ କ୍ରୀୟାଶୀଳ ଓ ବିକଶିତ କରିବାନେଇ ଯୋଜନା କାର୍ଯ୍ୟକାରୀ ଠାରୁ ଏ ଯାବତ ଆମର ଶ୍ରେଷ୍ଠ ଉଦ୍ୟମ ଜାରିରହିଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଆଗକୁ ଅହୁରି ଅଧିକ ବେଗରେ କାର୍ଯ୍ୟ କରିବ । ଅପରପକ୍ଷେ ସମ୍ପୃକ୍ତ‘ସ୍କଚ ସମ୍ମାନ’ଏହି ଅଭିଯାନକୁ ଆଗକୁ ବଢ଼ିବାରେ ଅଧିକ ପ୍ରେରଣା ଯୋଗାଇବ ବୋଲି ପୁରସ୍କାର ଗ୍ରହଣ ପରିପେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ଦାସନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *