ନିଶ୍ଚିନ୍ତକୋଇଲି,୦୪/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରୀ ଗ୍ରାମ ପଞ୍ଚାୟତର ଲେଣ୍ଡୁରା ଭଗବାନପୁର ଗ୍ରାମ ପାଇଁ ଏକ ଗର୍ବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଏହି ଗ୍ରାମର ପ୍ରମୋଦ ନାୟକ ଓ ସଂଘମିତ୍ରା ନାୟକ ଙ୍କ ପୁଅ,ଜଣେ ପ୍ରତିଭାବାନ କବାଡି ଖେଳାଳି ଓମ ପ୍ରକଶ ନାୟକ । 

ନିଜ ଅକ୍ଳାନ୍ତ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଗାଁରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ସଫଳତାର ପରିଚୟ ସୃଷ୍ଟି କରିଛନ୍ତି। ସୀମିତ ସୁବିଧା ଓ ପ୍ରତିକୂଳ ପରିସ୍ଥିତି ସତ୍ୱେ ନିରନ୍ତର ଅଭ୍ୟାସ କରି ସେ କବାଡି ଖେଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। 
ଏଥିପାଇଁ ନେପାଳ ରେ ସେ ଭାରତ ର ପ୍ରତିନିଧିତ୍ୱ କରି ପଦକ ହାସଲ କରିଛନ୍ତି । ତାଙ୍କର ଏହି କୃତିତ୍ୱ କେବଳ ଗ୍ରାମ କିମ୍ବା ପଞ୍ଚାୟତ ପାଇଁ ନୁହେଁ, ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଏବଂ କଟକ ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି।
