କଟକ ସଦର,୨୨/୦୧/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଅବିଭକ୍ତ କିଶନନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ବାଗ୍ମୀ ସ୍ୱର୍ଗତ ଯୁଧିଷ୍ଠିର ଦାସଙ୍କ ଏକ ପ୍ରତିମୂର୍ତ୍ତୀକୁ
ଆଜି (ବୁଧବାର ଦିନ) ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଟିଲୋ ମହାନଦୀ ମହାବିଦ୍ୟାଳୟ ପରିସରରେ ଅନାବରଣ କରାଯାଇଛି।
ଏହି ଉପଲକ୍ଷେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସଭାର ସାଂସଦ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ତିର୍ତ୍ତୋଲ ମାଟିର ବରପୁତ୍ର ଯୁଧିଷ୍ଠିର ଦାସଙ୍କ ପ୍ରତିମୂର୍ତ୍ତି ସାଲେପୁର ଅଞ୍ଚଳରେ ଉନ୍ମୋଚିତ ହେବା ଏକ ଗୈ।ରଵର କଥା ବୋଲି କହିଥିଲେ। ସେଥିରେ ପୂର୍ଵ ବିଜେଡ଼ି ସରକାର ଓ ନବୀନ ପଟ୍ଟନାୟକଙ୍କ
ଗୁଣଗାନ କରିବା ସହିତ ଆଗାମୀ ନିର୍ବାଚନରେ କଟକ ସଦର ରୁ ପ୍ରତାପ ଜେନା ବିଜେଡ଼ି ରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ରୁଷି ସାମନ୍ତରାୟ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ଏଥିରେ ଅବିଭକ୍ତ କିଶନନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମାହାଙ୍ଗା ର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁଧିଷ୍ଠିର ଦାସଙ୍କ ପ୍ରାଣ ପ୍ରତିଷ୍ଠିତ ମହାନଦୀ ମହାବିଦ୍ୟାଳୟ ରେ ତାଙ୍କରି ପ୍ରତିମୂର୍ତ୍ତୀ ହେବା କୁ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ଅଧ୍ୟକ୍ଷ ପ୍ରଫେସର ଧନେଶ୍ଵର ଦାଶ, ତ୍ରୈଲୋକ୍ୟ ନାଥ ପଣ୍ଡା, କମଳାକାନ୍ତ ନାୟକ,ମିଟୁ ପୁହାଣ ପ୍ରମୁଖ ସହାୟତା କରିଥିଲେ। ଏଥିରେ ପ୍ରବଳ ଜନସମାଗମ ହୋଇଥିଲା।
