କଟକ ସଦର,୦୪/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଵାରାହାପାଟ ଗହୀରରେ ଉଦଵୃତ୍ତ ଜଳ ନିଷ୍କାସନ ପାଇଁ ତୃଟିପୂର୍ଣ୍ଣ ବ୍ୟବସ୍ଥା ଓ ବୈଷୟିକ ଜ୍ଞାନ କୌଶଳ ଅଭାବରୁ ଖୋଳା ଯାଇଥିବା ସଫେଇ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି।
ପାଣି ନିଷ୍କାସନ ରେ ବାଧା ସୃଷ୍ଟି ହେବା ଏବଂ ପଛୁଆ ପାଣି ଗହୀର ମଧ୍ୟରେ ପ୍ରବେଶ କରିବା ଯୋଗୁଁ ପ୍ରହରାଜପୁର ଗଉଡ ଗାଁ ଗହୀର ଏବେ ଚିଲିକାର ଭ୍ରମ ସୃଷ୍ଟି କରୁଛି। ଏଥିପାଇଁ ଶତାଧିକ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଯାହାଫଳରେ ଚାଷୀମାନେ ଚାଷ ଉଜୁଡି ଯିବା ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ମଙ୍ଗଳବାର ଦିନ ବିଶିଷ୍ଟ ଶ୍ରମିକ ନେତା ରାଜ କିଶୋର ମଲ୍ଲିକ ଚାଷୀମାନଙ୍କ ସହିତ ଜଳାର୍ଣ୍ଣବ ସ୍ଥଳକୁ ଯାଇ କ୍ଷୟକ୍ଷତି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି।
