ଜଗତସିଂହପୁର ରେ  ଧାନ ମଣ୍ଡି ଉଦଘାଟିତ

ଜଗତସିଂହପୁର,୧୬/୦୧/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ବ୍ଳକ୍ ଅନ୍ତର୍ଗତ ଆଳିପିଙ୍ଗଳ ଠାରେ ଥିବା ଗୋପାଳ ଜୀଉ ଧାନ ମଣ୍ଡିରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଛି। ଏହି  ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଜିତ୍ରାୟ ଚରଣ ଟୁଡୁ, ଡିଆରସିଏସ ଶ୍ରୀ ପ୍ରଭାସ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ।

ଜିଲ୍ଲାରେ ସମସ୍ତ ଧାନ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ବିନା କଟନୀ ଛଟନୀ ରେ ସୁରୁଖୁରୁରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।  ଧାନର ସର୍ବନିମ୍ନ ସହାୟତା ରାଶି ଇନପୁଟ ସବସିଡ ସହିତ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯିବ। ଏଥର ଝୋଟ ବ୍ୟାଗରେ ହିଁ ଧାନ କ୍ରୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ରେ ପାକ୍ସ ସଭାପତି  ଓ ସମ୍ପାଦକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *