କଟକ, ୦୧/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)କଟକ ମୁଣ୍ଡଳୀସ୍ଥିତ ପି.ଏମ. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଆଜି ଅଭିଭାବକ ମାନଙ୍କର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ୨୦୨୬ – ୨୭ ବର୍ଷ ପାଇଁ PTC ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକକୁ ପ୍ରତିନିଧିତ୍ଵ କରିବା ପାଇଁ ସଭ୍ୟ ଓ ସଭ୍ୟା ମାନଙ୍କୁ ଚୟନ କରାଯାଇଛି ।
ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ସଙ୍ଗୀତ ଓ ସ୍ଵାଗତ ଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକର ଅଭିଭାବକ ମାନଙ୍କ ଦ୍ୱାରା ସଭ୍ୟମାନଙ୍କୁ ଚୟନ କରାଯାଇଥିଲା । 
କଟକ – ସିପ୍ରା ସାହୁ, ବାରଙ୍ଗ – ଗୀତାଞ୍ଜଳି ଦାସ, କଣ୍ଟାପଡ଼ା – ଦେବରାଜ ନାୟକ, ନିଆଳି – ଅନ୍ନପୂର୍ଣା ରାୟ, ଟାଙ୍ଗୀ – ଜିତେନ୍ଦ୍ର ସାହୁ, ସାଲେପୁର – ପ୍ରଜ୍ଞା ପାରମିତା ନାୟକ, ନିଶ୍ଚିନ୍ତକୋଇଲି – ବାଛୋଲା ମହାନ୍ତି, ମାହାଙ୍ଗା – ମଥୁରାନନ୍ଦ ପାରମାଣିକ, ଆଠଗଡ଼ – ମହେଶ୍ଵର ଲେଙ୍କା, ବଡ଼ମ୍ବା – ରମେଶ ଚନ୍ଦ୍ର ବେହେରା, ତିଗିରିଆ – ରଶ୍ମିରଞ୍ଜନ ମିଶ୍ର, ନରସିଂହପୁର – ଅରୁଣ କୁମାର ସାହୁ, ବାଙ୍କୀ – ରବିନ୍ଦ୍ର କୁମାର ମହାପାତ୍ର, ଡମପଡ଼ା – ପ୍ରଶାନ୍ତ କୁମାର ମହାପାତ୍ର ପ୍ରଭୃତିଙ୍କୁ ସେହି ବ୍ଲକର ଅଭିଭାବକ ମାନେ ଚୟନ କରିଥିବା ବେଳେ ବିଗତ ବର୍ଷର ସଭ୍ୟ ହେମନ୍ତ କୁମାର ନନ୍ଦଙ୍କୁ ବିଦ୍ୟାଳୟ ମନୋନୀତ କରିଥିଲା । ଏତଦ୍ ବ୍ୟତୀତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ବୀଣାରଶ୍ମୀ ଖାଲକୋ, ପ୍ରଦୀପ କୁମାର ପଣ୍ଡା, ଲମ୍ବୋଧର ରାଉତ, ତପସ୍ୱିନୀ ପଣ୍ଡା, ବିକ୍ରମ କୁମାର ସେନାପତି ମାନଙ୍କୁ ବିଦ୍ୟାଳୟ ମନୋନୀତ କରିଥିଲା ।
ଆଗାମୀ ଦିନରେ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଉତ୍ତମ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ମନୋନୀତ ସଭ୍ୟମାନେ ନିଜର ମତ ରଖିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ନିସଦ ଅନୱର ସଞ୍ଚାଳନ କରିଥିବା ବେଳେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।
