ରୋଟାରୀ କ୍ଲବ ଅଫ୍ କଟକ ରେଡିଏନ୍ସର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ।

କଟକ ୦୧/୦୮/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ରୋଟାରୀ କ୍ଲବ ଅଫ୍ କଟକ ରେଡିଏନ୍ସର ୨୦୨୬ – ୨୭ ବର୍ଷ ପାଇଁ ନବ କାର୍ଯ୍ୟକାରିଣୀଙ୍କ ଶପଥ ଗ୍ରହଣ (ଇନଷ୍ଟଲେସନ୍) ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ରୋଟାରିଆନ୍ ସାଗରିକା ମିଶ୍ର ଙ୍କ ନେତୃତ୍ୱରେ ଏବଂ ସମ୍ପାଦିକା ରୋଟାରିଆନ୍ ସଂଯୁକ୍ତା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠାନଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ ରୋଟାରୀ ଜିଲ୍ଲା ଗଭର୍ନର ଶ୍ରୀ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ କାର୍ଯ୍ୟକାରିଣୀଙ୍କୁ ଶପଥ ପାଠ କରାଇଥିଲେ ଏବଂ ରୋଟାରୀର  ସର୍ଭିସ ଏଭବ ସେଲଫ” ଆଦର୍ଶକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ।

ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼. ଅଶୁତୋଷ ଦେବତା ଯୋଗଦେଇ ସମାଜସେବା କ୍ଷେତ୍ରରେ ରୋଟାରୀର ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ସୁବ୍ରତ ସାମଲ ଉପସ୍ଥିତ ରହି ନବ ଟିମକୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପିପି ସୁଚିତ୍ରା ପ୍ରସାଦ, ପିପି ନୂପୁର ସୂର୍,ଆଇପିପି ବାଣୀ ନିର୍ମାଲ୍ୟ ଦାସ,ପିପି ଇନ୍ଦିରା ଶୁଭଦର୍ଶିନୀ ପ୍ରସାଦ,ପିପି ଜ୍ଞାନୀ କାନୁନଗୋ,ରୋଟାରୀୟନ୍ କାବେରୀ ଭଲ, ରୋଟାରୀୟନ୍ ନିବେଦିତା ମହାନ୍ତି,ରୋଟରୀୟନ୍ ବର୍ଣିତା ଦାସ,ରୋଟlରୀୟନ ପ୍ରତିଭା ଦେବତା,ରୋଟରୀୟନ ସୁମିତା ମହାନ୍ତି ଏବଂ ରୋଟରୀୟନ୍ କସ୍ତୁରୀ ଖଟେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *