କଟକ ସଦର,୦୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ବିଜେପି ସରକାରଙ୍କ ବିଫଳତା, ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଏଵଂ ମହିଳାଙ୍କୁ ୩୩% ସିଟ୍ ସଂରକ୍ଷଣ ଦାବିରେ ଚୌଦ୍ୱାର-କଟକ ବିଜେଡ଼ି ପକ୍ଷରୁ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ପୌରୋହିତ୍ୟ ଓ ଚୌଦ୍ୱ।ର କଟକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଲି ଭଞ୍ଜଙ୍କ ସଂଯୋଜନା ରେ କଟକ ମଙ୍ଗଳାବାଗ ଥୋରିଆସାହି ମୋହନ ମଣ୍ଡପ ଠାରେ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ରାଜ୍ୟ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ଵିଏମସି ମେୟର ସୁଲୋଚନା ଦାସ,କେଏମସି ଡେପୁଟି ମେୟର ଦମୟନ୍ତୀ ମାଝି, ଚୌଦ୍ୱାର ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ରାଜ୍ୟ ବିଜେଡି ସଂପାଦକ ପ୍ରଦୀପ୍ତ ଖୁଣ୍ଟିଆ, ପ୍ରଶାନ୍ତ ନାୟକ, ମହମ୍ମଦ ସକିଲ୍,ଚିରଞ୍ଜୟ ସାହୁ,ଶିଵେନ୍ଦ୍ର ହାତୀ, କଟକ ଜିଲ୍ଲା ଯୁବ ବିଜେଡି ସଭାପତି ସ୍ମୃତି ରଞ୍ଜନ ନାୟକ, ଛାତ୍ର ବିଜେଡ଼ି ସଭାପତି ସୁମନ ବେହେରା, ପୂର୍ବତନ କର୍ପୋରେଟର ପ୍ରଫୁଲ୍ଲ ବେହେରା, ରଞ୍ଜିତା କାହାଳୀ, କବିତା ଖଣ୍ଡେଇ, ଅନିତା ମହାନ୍ତି, ପୂର୍ବତନ ଡେପୁଟି ମେୟର ସରୋଜିନୀ ସାହୁ,ନଗର ବିଜେଡି ସଭାପତି ସ୍ୱଦେଶ ଦାସ, ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଅନିତା ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।
