ଭୁବନ ୧୦/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି । ନୋଡାଲ ଅଧିକାରୀ ବାସନ୍ତୀ ବେହେରା ଙ୍କ ତତ୍ତ୍ଵାବଧାନରେ ଦୁଇ ଜଣ ମାଷ୍ଟର ଟ୍ରେନର ଶୀଲା ବେହେରା ଓ ପ୍ରମୋଦିନୀ ମାଝି ଛାତ୍ରୀ ମାନଙ୍କୁ ଜୁଡୋ , କରାଟେ ପ୍ରଶିକ୍ଷଣ ଦେଇଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟି ସେନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଆଜିର ସମାଜରେ ମହିଳା ମାନେ ନିର୍ଯାତନାର ଶିକାର ହେଉଛନ୍ତି । ନିଜ ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନେବା ଓ ତାକୁ କାମରେ ଲଗାଇବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ବେହେରା ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ଶିଖିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ବିଶ୍ଵ ଭୁଷଣ ବେହେରା,ସୁକାନ୍ତ ସେନାପତି ଓ ଅନୁଷ୍ଠାନର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ୮ ଦିନ ଧରି ଚାଲିବ ବୋଲି ଜଣା ପଡ଼ିଛି।