କ୍ୟାବିନେଟ୍ ବୈଠକ ୨୦ ରେ

ଭୁବନେଶ୍ୱର,୧୪/୦୫/୨୦୨୬ (ଓଡ଼ିଶା ସମାଚାର)- ଆସନ୍ତା ୨୦ତାରିଖ ରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ୨୦ ତାରିଖ ଅପରାହ୍ନ ୫ଟାରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଅନୁମୋଦନ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଏସଂକ୍ରାନ୍ତରେ ବୁଧବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *