ବାଲୁକା ଶିଳ୍ପୀ ଜ୍ୟୋତିଷ ସାହୁ  ଙ୍କ ଦ୍ଵାରା ରାମ ଲାଲା ଙ୍କ  ନିଆରା କୃତୀ

ଭୁବନ ୨୦/୦୧/୨୦୨୪ (ଓଡ଼ିଶା ସମାଚାର)-ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ରାମ ମନ୍ଦିର ଲୋକାର୍ପଣ ପାଇଁ ସାରା ଭାରତ ବର୍ଷ ଏବେ ଉତ୍ସବ ମୁଖର ହୋଇଉଠିଛି। ସବୁ ଆଡ଼େ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଭୁବନ ର ପ୍ରସିଦ୍ଧ ବାଲୁକା ଶିଳ୍ପୀ ଜ୍ୟୋତିଷ କୁମାର ସାହୁ ନିଜର ନିଆରା କଳା କୃତୀ ଓ ସ୍ମୃତିକୁ ସାଇତି ରଖିବା ସକାଶେ ଲାଇଟ ବୋର୍ଡ ରେ ସ୍ୟାଣ୍ଡ ଆର୍ଟ  ( ବାଲୁକା କଳା)ରେ ବାବରି ମସଜିଦ ଠାରୁ ଆରମ୍ଭ କରି ବର୍ତ୍ତମାନ ରାମ ମନ୍ଦିର ପ୍ରତିଷ୍ଠା ପର୍ଯ୍ୟନ୍ତ ଅତି ସୁନ୍ଦର କଳା ପ୍ରଦର୍ଶନ କରି ଛନ୍ତି । ଏ ସମ୍ପର୍କରେ ବାଲୁକା ଶିଳ୍ପୀ ଶ୍ରୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଶ୍ରୀ ସାହୁ ଙ୍କ ର ଏହି ଲାଇଟ ବୋର୍ଡ ସ୍ୟାଣ୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *