ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ

ନିଶ୍ଚିନ୍ତ କୋଇଲି,୨୯/୦୭/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଭାରତୀୟ ସଂସ୍କୃତି ରେ ଗୁରୁପୂର୍ଣ୍ଣିମା ର ମହତ୍ତ୍ୱ ସୁଦୂର ପ୍ରସାରୀ ଓ ଆତ୍ମ ଦର୍ଶି ସଦଗୁରୁ ଙ୍କ ସତ୍ତା ଅନୁଭବ ସଂସାର ର ସମସ୍ତ ଦୁଃଖ କଷ୍ଟ ଦୂର କରିବାକୁ ସମର୍ଥ ବୋଲି ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ନିଶ୍ଚିନ୍ତ କୋଇଲି  ଆନୁକୁଲ୍ୟରେ ବଡ଼କ୍ଷୀର ପଂଚାୟତ ଶ୍ରୀ କୁଞ୍ଜବିହାରୀ ମଠ ପରିସର ରେ ଅନୁଷ୍ଠିତ ଗୁରୁପୂର୍ଣ୍ଣିମା ମହୋତ୍ସବ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ମହୋତ୍ସବ ରେ ପରିଷଦ ର ସଭାପତି ଡ଼ ପ୍ରସନ୍ନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ପରିଷଦ ର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା କ୍ରମେ ଉଦଘାଟକ ଭାବେ ମହନ୍ତ ଅନନ୍ତ ରାମ ଦାସ, ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ସଦାଶିବ ଦାଶ, ମୁଖ୍ୟବକ୍ତା ଭାବେ ପରିଷଦ ର ରାଜ୍ୟ କ୍ଷେତ୍ର ସଙ୍ଗଠନ ମନ୍ତ୍ରୀ ନାରାୟଣ ନାୟକ,ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ଶତପଥୀ ପ୍ରମୁଖ ଯୋଗ ଦେଇ ଶ୍ରୀ ବିଷ୍ଣୁଙ୍କ ଜ୍ଞାନାବତାର ମହର୍ଷି ବ୍ୟାସଦେବ ଙ୍କ ଜନ୍ମଦିଵସ କୁ ସ୍ମରଣ ପୂର୍ବକ ଗୁରୁ ଙ୍କ କୃପା ରେ ଜୀବନ ରେ ଆଲୋକ, ଜ୍ଞାନ ଓ ସଫଳତା ମିଳିଥାଏ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା ଙ୍କ ବେଦଧ୍ଵନି, ଗୁରୁ ବନ୍ଦନା, ଗୁରୁପୁଜନ ଆଦି କାର୍ଯ୍ୟକ୍ରମ ସହ ପରିଷଦ ପକ୍ଷରୁ ସନ୍ଥ କୈବଲ୍ୟାନନ୍ଦ ସରସ୍ୱତୀ ଓ  ସାଧୁ ଭାବନାନନ୍ଦ ଦାସ ଙ୍କୁ ଶ୍ରୀ ଗୁରୁଗୌରଵ ସମ୍ମାନ ପ୍ରଦାନ କରାଯାଇଥିଲା।

ଅତିଥି ବକ୍ତା ଭାବେ କବି ପ୍ରଫୁଲ୍ଲ କୁମାର ସିଂହ,ସ୍ତମ୍ଭକାର ବିବେକାନନ୍ଦ ଦାସ, କବୀ ଗୀତାଞ୍ଜଳି ନାୟକ, କବୀ ସବିତା ଶତପଥୀ, ଡ଼ ହରେକୃଷ୍ଣ ମହାନ୍ତି, ନିର୍ବାଣ ପ୍ରତିନିଧି ବିଜୟ କୁଅଁର, ଗୌରାଙ୍ଗ ଚରଣ ସ୍ଵାଇଁ, ବିକ୍ରମ କେଶରୀ ନାଥ, ନିତ୍ୟାନନ୍ଦ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ସ୍ଵାଇଁ, ପ୍ରତାପ କୁମାର ସିଂହ, କାହ୍ନୁଚରଣ ସାହୁ, ଧନଞ୍ଜୟ ସ୍ଵାଇଁ, ସମୀର ମହାପାତ୍ର, କବିତା ସ୍ଵାଇଁ, ଲକ୍ଷ୍ମିପ୍ରିୟା ବସ୍ତିଆ, ରଶ୍ମିରେଖା ମହାପାତ୍ର, ଅନୁପ କୁମାର ସ୍ଵାଇଁ, ବଳରାମ ଜେନା ମିନତୀ କର, ବିନୋଦ କୁମାର ସାମଲ,ଅନୁପମା ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପ୍ରାରମ୍ଭ ରେ ମଠ ର ପ୍ରତିଷ୍ଠାତା ବାବା ମୁକୁନ୍ଦ ଦାସ ଙ୍କ ସମାଧି ପୀଠ ପରିସରରେ ସଂକୀର୍ତ୍ତନ ସହ ପୂଜା ପାଠ କରାଯାଇଥିଲା।କାଯ୍ୟକ୍ରମ ରେ ବହୁ ସାଧୁ, ବରିଷ୍ଠ ନାଗରିକ, ମହିଳା ଓ ଯୁବକ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *