କଟକ, ୨୮/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ଜିଲ୍ଲାର ଅଗ୍ରଣୀ ଦଳିତ ଅନୁଷ୍ଠାନ ୮୪ ମଣ୍ଡଳୀ ମେହେନ୍ତର ସମିତିର ସମ୍ପାଦକ ଆଇନଜୀବୀ ଅନୀଲ କୁମାର ନାୟକଙ୍କ ମାଆ ତଥା ନାରୀ ନେତ୍ରୀ ସବିତା ନାୟକଙ୍କ ବିୟୋଗରେ ୮୪ ମଣ୍ଡଳୀ ଅନ୍ତର୍ଗତ ଗ୍ରାମ ମାନଙ୍କରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଟ ଭାସି ପରୋପକାରୀ ଭଦ୍ର ମହିଳା ଭାବେ ସମସ୍ତଙ୍କର ପ୍ରିୟ ଥିଲେ।
ସେ ଅତୀତରେ କଂଗ୍ରେସ ଦଳର ଟିକେଟରେ କଟକ ମହାନଗର ନିଗମର କର୍ପୋରେଟର ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋଷ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ,କଟକ ସଦର କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ, ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ନାରୀ ନେତ୍ରୀ ଗିରିବାଳା ବେହେରା,
୮୪ ମଣ୍ଡଳୀର ବରିଷ୍ଠ ମୁରବୀ ରତ୍ନାକର ମୁଖୀ, ଦିବାକର ଢୋଲି, ରାମଚନ୍ଦ୍ର ନାୟକ, ପ୍ରେମାନନ୍ଦ ମୁଖୀ, ପୂର୍ବତନ କର୍ପୋରେଟର ଗୈ।ରି ଦାସ,କମଳେଶ ସାଗର, ଶରତ ସେଠୀ, ଆର୍ୟ୍ୟବୀର ଲେଙ୍କା,ବନଲତା ପ୍ରଧାନ, ସୂର୍ୟ୍ୟକାନ୍ତ ରାଉତ,ବିଜୟ କୁମାର ଘଡ଼ାଇ, ମଧୁସୂଦନ ଘଡ଼ାଇ, ଗୋପାଳ ନାୟକ,ପ୍ରଶାନ୍ତ କୁମାର ନାୟକ ଓ ବିକ୍ରମ ନାୟକ ଙ୍କ ସମେତ ବିଭିନ୍ନ ଗ୍ରାମ ତଥା ପୂଜା କମିଟିର ସଭାପତି ସମ୍ପାଦକ ଓ କର୍ମକର୍ତ୍ତା ମାନେ ପହଞ୍ଚି ଗଭୀର ଶୋକ ବ୍ୟକ୍ତ କରିଥିଲେ।
ଶେଷ ଶଯ୍ୟା ନିକଟରେ ତାଙ୍କ ସ୍ବାମୀ ବିଜୟାନନ୍ଦ ନାୟକ, ଦୁଇ ପୁଅ.,ବୋହୂ ନାତି ନାତୁଣୀ, ଝିଅ ଜୋଇଁ ପ୍ରମୁଖ ଉପସ୍ଥିତ ଥିଲେ। ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଅନୀଲ ନାୟକ ମୁଖା ଅଗ୍ନି ପ୍ରଦାନ କରିଥିଲେ।
