ଋଦ୍ରଚରଣ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ରୁଦ୍ରଚରଣ ମହାନ୍ତି ଙ୍କ ୧୩୧ତମ  ଜନ୍ମ ଜୟନ୍ତୀ  ଉତ୍ସବ ଅନୁଷ୍ଟିତ ।

ଯାଜପୁର, ୩୦ /୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର): ସୁଜନପୁର ପଞ୍ଚାୟତ ର ବହୁ ପୁରାତନ ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ଜଣାଶୁଣା ଆଇନୀଜିବୀ ସ୍ୱର୍ଗତ ରୁଦ୍ରଚରଣ ମହାନ୍ତି ଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ପୂର୍ବାହ୍ନ ସମୟରେ  ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣ ପରିସରରେ ମହା ସମାରୋହ ରେ ପାଳନ  ହୋଇଯାଇଛି ।

ଉକ୍ତ ଉତ୍ସବକୁ ସୁଜନପୁର ପଂଚାୟତ ସରପଂଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାଂଶୁ ରାଉତ , ଅଚ୍ୟୁତାନନ୍ଦ ପରିଡା ,ରବି ଦାସ , ବ୍ରହ୍ମାନନ୍ଦ ପଣ୍ଡା ,ପୂର୍ବତନ ସରପଂଚ ଅଶୋକ କୁମାର ମହାନ୍ତି ,ଦୟାନିଧି ମହାନ୍ତି  , ସମାଜସେବୀ ଗଣେଶ ଚନ୍ଦ୍ର ମହାକୁଡ  ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ମହାନ୍ତି ଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱର୍ଗତ ମହାନ୍ତି ଙ୍କ ଏକ ବିଶାଳ ପୂର୍ଣ୍ଣ ପ୍ରତିମୂର୍ତ୍ତି ସୁଜନପୁର କଲେଜ ଛକ ଠାରେ ଓ ଏହି ବିଦ୍ୟାଳୟ ର ପ୍ରଥମ ପ୍ରଧାନ ଶିକ୍ଷକ ସ୍ଵର୍ଗତ ସୁରେନ୍ଦ୍ର ନାଥ ରାଉତ ଙ୍କ ଆବାକ୍ଷ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ   ସୁଜନପୁର ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଅଛି । ସୂଚନା ଅନୁଯାୟୀ ସ୍ୱର୍ଗତ ମହାନ୍ତି ଙ୍କ ପ୍ରଚେଷ୍ଟା  ପାଇଁ ଏହି ପଂଚାୟତରେ ବ୍ୟାପକ ଉନ୍ନତି ମୁଳକ କାର୍ଯ୍ୟକ୍ରମ ହୋଇଅଛି,. ଯାହାକି ଏକ ଅନନ୍ୟ ଉଦାହରଣ ବୋଲି ଶ୍ରୀମତୀ ମହାକୁଡ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ସ୍ମୃତି କମିଟି ର ସାଧାରଣ ସମ୍ପାଦକ ଶ୍ରୀ ଗଣେଷ ଚନ୍ଦ୍ର ମହାକୁଡ ବାର୍ଷିକ ବିବରଣୀ  ସହ  ଏହି ଦୁଇ ମହାନାୟକ ଙ୍କ ଉଦ୍ୱେଶରେ ଏକ ବିସ୍ତୃତ ତାଲିକା ପ୍ରଦାନ କରିଥିଲେ । ପରେ ପରେ ସ୍ମୃତି କମିଟି ପକ୍ଷରୁ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *