ପୁରୀରୁ ଜ୍ୟୋତି ଓ ପଦଯାତ୍ରାରେ ବିରାଟ ଶଗଡ଼ ଯାତ୍ରା
ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ଦ୍ୱିତୀୟ ବାର୍ଷିକ ଜନ୍ମ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ୧୧ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଆଜି ଏହି ଅବସରରେ ଗ୍ରାମବାସୀ ଙ୍କ ସହଯୋଗରେ ସିରୁଳି ମହାବୀର ପୁରୀ ଠାରୁ ଜ୍ୟୋତି ଓ ପଦଯାତ୍ରା ମହାସମାରୋହରେ ବଡ଼ପୋଖରୀଆରେ ପହଞ୍ଚିଛି।
ଏହି ବିରାଟ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଶଗଡ଼ ଗାଡ଼ି ଓ ବିରାଟ ଜଗନ୍ନାଥଙ୍କ ସୁସଜ୍ଜିତ ପ୍ରତିମୂର୍ତ୍ତି ଯାଉଥିବାର ଦୃଶ୍ୟ ଅତି ମନୋରମ ଥିଲା। ଶହ ଶହ ଭକ୍ତ ଙ୍କ ହରିବୋଲ , ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଜଗନ୍ନାଥ ସଡ଼କ।ଏହି କାର୍ଯ୍ୟକ୍ରମରେ ରବିବାର ଦିନ ଦାରୁ ଉଦଯାପନ, ଛାତ୍ରପଡା ରୁ ଆଜ୍ଞାମାଳ ବିଜେ, ଶୁଭ ଅଧିବାସ ଓ ଅଙ୍କୁରା ରୋପଣ ଅନୁଷ୍ଠିତ ହେବ। ପରେ ଦୈନଦିନ ହୋମ, ଯଜ୍ଞ,ପୂଜା ଅର୍ଚ୍ଚନା ଚାଲିବ ସହିତ ୧୬ ତାରିଖ ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।
