ମହାନଦୀ ବିହାରରେ କାଳିଆର ଅପୂର୍ବ ଲୀଳା ‘ହୋ ଭକତେ’ ଉଦଯାପିତ

କଟକ, ୨୭/୦୭/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ ତଥା ନୀଳାଦ୍ରି ବିଜେ। ଆଜି ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ ଦୁର କରି ବଡ଼ ଦେଉଳକୁ ପ୍ରବେଶ କରିଛନ୍ତି । ସେହି ଯାତ୍ରାର ସ୍ମୃତି ଜନସାଧାରଣଙ୍କ ଭିତରେ ଉଜ୍ଜୀବିତ କରିବା ପାଇଁ  କଟକ ଉନ୍ନୟନ କର୍ତ୍ତୃପକ୍ଷ (କେଡିଏ) ଦ୍ଵାରା ଆୟୋଜିତ ଏବଂ ମହାନଦୀବିହାର ଡେଭେଲପମେଣ୍ଟ ଆସୋସିଏସନ୍ (ଏମଡିଏ) ଓ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ (ଜେଏସପି)ର ମିଳିତ ସହଯୋଗରେ ୨୬ ଓ ୨୭ ଦୁଇଦିନ ଧରି ଚାଲିଥିବା ମହାନଦୀବିହାରସ୍ଥିତ ମହାନଦୀ ଭବନରେ କାଳିଆର ଅପୂର୍ବ ଲୀଳା ହୋ ଭକତେ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି ।

ଏମଡିଏ ସଭାପତି ସଞ୍ଜୟ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ ଉଦଯାପନୀ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରି ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର , ତାଙ୍କରି ଆଶୀର୍ବାଦରେ ହୋ ଭକତେ କାର୍ଯ୍ୟକ୍ରମ ବେଶ୍ ଉଚ୍ଚ କୋଟିର ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହ ଏହି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥିଭାବେ ବିଜେପି ନେତା ଶ୍ରୀତମ ଦାସ, କଟକ କ୍ଲବ୍ ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ, କଟକ ଉନ୍ନୟନ ପରିଷଦ ସମ୍ପାଦକ ଜନକ ନାୟକ, ଡିଏଫଓ ଶ୍ରୀମନ୍ତ ନାୟକ, ୪୭ନଂ ୱାର୍ଡ କର୍ପୋରେଟର ଇଂ ସୁବ୍ରତ ଘଡ଼ାଇ, ୫୩ନଂ କର୍ପୋରେଟର ଅରବିନ୍ଦ ଜେନା, ୫୨ନଂ କର୍ପୋରେଟର ସୌଭଗିନୀ ଜେନା, ୫୫ନଂ କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା, ୩୭ନଂ କର୍ପୋରେଟର ଯଚିନ୍ଦ୍ର ବେହେରା, ଇଂ ଗୋପାଳ କୃଷ୍ଣ ବେହେରା, ରବୀନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

 ପ୍ରାମ୍ଭରରେ ଜେଏସପିର ସଭାପତି ଚତୁର୍ଭୁଜ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ  ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ ଅତିଥି ପରିଚୟ ଓ  ଚିଣ୍ଟୁ ମିଶ୍ର  ମଞ୍ଚ ପରିଚାଳନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଏମଡିଏର ଉପସଭାପତି ସରୋଜ ପ୍ରସାଦ ସ୍ବାଇଁ, ସହ ସମ୍ପାଦକ ଜ୍ଞାନରଞ୍ଜନ ଦାସ, କୋଷାଧ୍ୟକ୍ଷ ପ୍ରଭାକର ରଣା, ଗୋଲେଖ କାନୁନଗୋ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ନିକୁଞ୍ଜ ରଥ, ପ୍ରଦୀପ ମହାନ୍ତି, ଜେଏସପିର ରାକେଶ  ତ୍ରିପାଠୀ, ଶଶିକାନ୍ତ ନାୟକ, ବାସନ୍ତୀ ଶତପଥୀ, ସୁଜିତ୍ ମିଶ୍ର, ସୁଶାନ୍ତ ଘୋଷ, ଅଭୟ ପରିଜା, ଶରତ ଚନ୍ଦ୍ର କୁଣ୍ଡୁ, ବିଶ୍ୱଜିତ୍ ସ୍ବାଇଁ, ଦୀପକ ରାଉତରାୟ, ପ୍ରଦୀପ୍ତ କୁମାର ମହାନ୍ତି, ରବିନାରାୟଣ ବ୍ରହ୍ମଚାରୀ, ପ୍ରଶାନ୍ତ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *