Breaking News : Encounter – ବ୍ରଜରାଜନଗର ପୁଲିସର ଏନକାଉଣ୍ଟର : କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ

ବ୍ରଜରାଜନଗର / ଭୁବନେଶ୍ୱର, ୨୭/୦୭/୨୦୨୬ (ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ପୁଲିସରର ଏନକାଉଣ୍ଟର ରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ((୨୩) ) ଆହତ ହୋଇଛି ।

ଗତକାଲି ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ପୁଲିସ ସହ ଗୁଳି ବିନିମୟ ଘଟିଥିଲା। ଏଥିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଗୁଳିବିଦ୍ଧ ହୋଇ ଆହତ ହୋଇଛି। ପୁଲିସ ତୁରନ୍ତ ଉଦ୍ଧାର କରି ତାକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି।
ସୂଚନା ଅନୁଯାୟୀ, ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାଙ୍କ ସହଯୋଗୀମାନେ ବସି କୌଣସି ଅପରାଧିକ ଯୋଜନା କରୁଥିବା ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ୪ ରାଉଣ୍ଡ ପାଲଟା ଗୁଳି ଚଳାଇଥିଲା।

ଅଙ୍କିତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ପୁଲିସତାକୁ ଚିକିତ୍ସା ପାଇଁ ଝାରସୁଗୁଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅଙ୍କିତ ନାମରେ ଝାରସୁଗୁଡା ଜିଲାର ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଥିବା ଏସଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି ।
ଅନ୍ଧାର ସୁଯୋଗ ନେଇ ଫେରାର ହୋଇଯାଇଥିବା ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Leave a Reply

Your email address will not be published. Required fields are marked *