କଟକ,୦୮/୦୧/୨୦୨୪(ଓଡିଶା ସମାଚାର/ ଅଭୟ ଜେନା)-ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ ଦିବ୍ୟାଲୋକ ସନ୍ଧାନେ ‘ ର ୨୩ତମ ସ୍ଵ ନକ୍ଷତ୍ର ଦିବସ ଉପଲକ୍ଷେ ସତସଙ୍ଗ ଏବଂ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉରାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନଛିପୁର ଗ୍ରାମ ରେ ଥିବା ପ୍ରାଚୀନ ଶୈବ ପୀଠ ଶ୍ରୀ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
ପତ୍ରିକା ର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ଏହି ସତସଙ୍ଗକାର୍ୟ୍ୟକ୍ରମ ରେ ବିଶିଷ୍ଟ ସନ୍ଥ ସ୍ୱାମୀ ଭଗବତାନନ୍ଦ ସରସ୍ବତୀ ମହାରାଜ ଉଦଘାଟକ, ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ର ମୁଖ୍ୟ ଅତିଥି, ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଗଳ୍ଭ କଥାବାଚକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଏବଂ ବାବାଜୀ ବିଶ୍ୱନାଥ ଦାସ ଏବଂ ଅବସରପ୍ରାପ୍ତ ଗଣ ଶିକ୍ଷା ନିର୍ଦେଶକ ଡଃ ଶରତ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ସାର ଗର୍ଭକ ଆଲୋଚନା କରିଥିଲେ । ଦିବ୍ୟାଲୋକ ସନ୍ଧାନେ ର ଜାନୁଆରୀ ସଂଖ୍ୟା କୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ ” ଦିବ୍ୟାଲୋକ ସନ୍ଧାନେ ସମ୍ମାନ -୨୦୨୪” ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ର ଙ୍କୁ ପ୍ରଦାନ କରାଯାଇଥିଲା । ଏତଦ ବ୍ୟତୀତ ଓଡିଶା ହାଇକୋର୍ଟ ର ଆଡ଼ଭୋକେଟ ଦେବସ୍ନାନ ଦାସ, କଟକ ଙ୍କୁ ଆଦର୍ଶ ଅଧିବକ୍ତା ସମ୍ମାନ, ଡଃ ଗୁରୁପ୍ରସାଦ ମହାପାତ୍ର, ଖୋର୍ଦ୍ଧା ଙ୍କୁ ‘ ପ୍ରବକ୍ତା ରତ୍ନ ‘, ଅଭିନନ୍ଦନ ଦାସ, ଜଗତସିଂହପୁର ଙ୍କୁ ‘ ଶ୍ରୀଜଗନ୍ନାଥ ଗବେଷକ ଓ ପ୍ରଚାରକ ସମ୍ମାନ, ଚୌଧୁରୀ ଅମିତାଭ ଦାସ, କେନ୍ଦ୍ରାପଡ଼ା ଙ୍କୁ ‘ ସାମ୍ବାଦିକ ଗୌରବ ‘,ପ୍ରଫେସର ଡଃ ଶ୍ରୀକାନ୍ତ ଧର ଙ୍କୁ ‘ଚିକିତ୍ସକ ରତ୍ନ ‘, ଡଃ ଛାୟାକନ୍ତ ଷଡ଼ଙ୍ଗୀ, ଟିଟିଲାଗଡ଼ ଙ୍କୁ ଆଦର୍ଶ ଲେଖକ, କଟକ ସଦର ଥାନାଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଙ୍କୁ ଆଦର୍ଶ ଥାନା ଅଧିକାରୀ , ପକ୍ଷଲା ଗାୟକ ଯୁଧିଷ୍ଠିର ପରିଜା, ଖୋର୍ଦ୍ଧା ଙ୍କୁ ‘ଗାୟକ ଗୌରବ ‘,ଏବଂ ଇଂ. ଅଭିଷେକ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ, କଟକ କୁ ‘ଆଦର୍ଶ ସମାଜସେବୀ ଅନୁଷ୍ଠାନ ‘ ଭାବେ ରାଜ୍ୟସ୍ତରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ସାମ୍ବାଦିକ ରାଜେନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ” ମୋ ଜୀବନ ରେ ଇଶ୍ୱର “ବିଷୟବସ୍ତୁ ଉପରେ ଏକ ସାମୁହିକ ଆଲୋଚନା ଚକ୍ର ରେ ଆନ୍ତର୍ଜାତିକ ଵାସ୍ତୁବିତ ଡଃ ମନୋଜ ଲେଙ୍କା,ଗାୟକ ସୁରେନ୍ଦ୍ର ନାଥ ଛୋଟରାୟ, ପଣ୍ଡିତ କୃଷ୍ଣଚନ୍ଦ୍ର ନନ୍ଦ ଶର୍ମା, ସମାଜସେବୀ ପ୍ରକାଶ ନାୟକ, ଲେଖକ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ବହୁ ବିଶିଷ୍ଟ ବକ୍ତା ନିଜସ୍ୱ ମତ ରଖିଥିଲେ । ପ୍ରାରମ୍ଭରେ ପଣ୍ଡିତ ତ୍ରିନାଥ ମହାପାତ୍ର ଏବଂ ସାଥି ଙ୍କ ଦ୍ୱାରା ହନୁମାନ ଚାଳିଶା ଏବଂ ସୁନ୍ଦର କାଣ୍ଡ ର ପକ୍ଷରାୟଣ ହୋଇଥିଲା । ଶ୍ରୀସତ୍ୟସାଈ ଭଜନ ମଣ୍ଡଳୀ ସଇନ୍ଧା ର ଗୁରୁ ମା ଏବଂ ଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠମ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବେଦ ପାଠ ହୋଇଥିଲା । ଆଇନୀଜୀବୀ ପ୍ରଭୁ ପ୍ରସନ୍ନ ବେହେରା ସ୍ୱାଗତ ଭାଷଣ , ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମ କୁ ସମ୍ପାଦକ ଇଂଜିନିଅର ବିପ୍ଳବ ଦାସ, ରାମଚନ୍ଦ୍ର ବେହେରା, ଦିଲୁ ମଲ୍ଲିକ,ରାମଚନ୍ଦ୍ର ବେହେରା ଏବଂ ଆପେକ୍ସ ଆଇ ଟି ଆଇ ର ଛାତ୍ର ମାନେ ପରିଚାଳନା କରିଥିଲେ ।