ନିରାକାର ପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଯାତିୟ ରାଜପଥ ଜଙ୍କିଆ ଛକ ନିକଟରୁ ଦୁଇ ଜଣ ଦୁର୍ବୃତ ଟ୍ରକ୍ କୁ ଅଟକାଇ ଡ୍ରାଇଭର କୁ ଅସାଳିନ ଭାଷା ରେ ଗାଳିଗୁଲଜ କରି ସହ ଧମକାଇ ଟ୍ରକ୍ କୁ ଲୁଟ୍ କରି ନେଇଯାଇଥିଲେ। ସୁଚନା ଅନୁଯାୟୀ ଅରୁଣ ସାହୁ ନାମକ ବ୍ୟକ୍ତି ବଡମ୍ବା କଟକ ଙଊ୦୫ଇଉ୭୩୨୦ ନମ୍ବର ଟ୍ରକ ନେଇ ଟାଙ୍ଗୀ ଚାନ୍ଦପୁର ରୁ ଗାଡି ନେଇ ଫେରୁଥିବା ବେଳେ ଜଙ୍କିଆ ଥାନା ନିକଟରେ ଦୁଇ ଜଣ ଦୁର୍ବୃତ ଅଜୟ ଦଳେଇ ଓ ଅନ୍ୟଦୁଇଜଣ ମିଶି ଟ୍ରକକୁ ଅଟକାଇ ଟ୍ରକ ଡ଼୍ରାଇଭର ଠାରୁ ଗାଡି ଛଡ଼ାଇ ନେଇଯାଉଥିବା ନେଇ ଜଙ୍କିଆ ଥାନା ରେ ଅରୁଣ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତି କରି ପୋଲିସ ଚଢାଉ କରିଥିଲା । ଲୁଟିନେଇଥିବା ଟ୍ରକ୍ କୁ ପୋଲିସ ଜବତ କରିଛି । ଏନେଇ ପୋଲିସ ଜଣେ ଟ୍ରକ ଲୁଟେରା କୁ ଗିରଫ କରିଥିବା ସୁଚନା ଦେଇଛନ୍ତି ଜଙ୍କିଆ ଥାନା ଆଇଆଇସି ଶ୍ରୀମତୀ ରିତମ୍ବର କର ।
ଟ୍ରକ୍ ଲୁଟ୍ ଜଣେ ଦୁବୁର୍ତ୍ତ ଗିରଫ
