ଗୋରୁ କୁ ବଞ୍ଚେଇବା କୁ ଯାଇ ଯାତ୍ରୀବାହୀ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ : ଗୋରୁର ମୃତ୍ୟୁ : ୧୦ରୁ ଉର୍ଧ୍ଵ ଯାତ୍ରୀ ଆହତ

ବାଲିଗୁଡା, ୦୧/୯/୨୦୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମାଳତୀ ବସ ନମ୍ବର OR-12-C- 2142 ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା । ଗାଈ ଷଣ୍ଢ ଲଢେଇ ହୋଇ ଦୁଇ ଗୋଟି ଗୋରୁ ହଠାତ ରାସ୍ତା ଉପରକୁ ଉଠିଆସିଥିଲେ । ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇବାକୁ ଯାଇ ବସଟି ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୋଟିଏ ଗାଈ ର ମୃତ୍ୟୁ ହୋଇଛି । ପ୍ରାୟ ୧୦ରୁ ଉର୍ଧ୍ଵ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଆହତ ବ୍ୟକ୍ତି ଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରା ଯାଉଛି । ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ଜି. ଉଦୟଗିରି ଏସଡିପିଓ  ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ  ଏବଂ  ଓଡିଶା ମୋଟର ଚାଳକ ସଂଘ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରୀ ରଖିଛନ୍ତି ।  ପୋଲିସ ଦୁର୍ଘଟଣା ବିଷୟରେ ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *