ଭୁଲ୍ ଜାତୀୟ ରାଜପଥ ନିର୍ମାଣ ରେ ସଡକ ସୁରକ୍ଷା ଏକ ଉପହାସ
କୋଇଡା, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- କୋଇଡା ଖଣି ଅଞ୍ଚଳରେ ଏବେ ଦୈନନ୍ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯା଼ଇଛି । ଏମିତିକି କାହା ପାଳି କେତେବେଳେ ପଡିବ ଅବା କେଉଁ ଗାଡି ଚକ ତଳେ କାହା ଶେଷ ନିଶ୍ୱାସ ଯିବ ତାହା କହିବା ସମ୍ଭବପର ନୁହେଁ । କିନ୍ତୁ ଏ ଘଟଣା ଏବେ କୋଇଡା କାଲଟା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଆଜି ପୁଣି ସନ୍ଧ୍ୟା ସମୟରେ କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ତୋଡା ରୁ କାଲଟା ଆଭିମୁଖେ ବାଇକ୍ ଓଆର୦୯ଜି୬୧୮୫ ଯୋଗେ ଲହୁଣୀପଡା ଖୁଟଗାଁ ଅଞ୍ଚଳର ରାହୁଲ ନାଏକ ଆସୁଥିବା ବେଳେ କାଲଟା ନିକଟରେ ବ୍ଲାଇଣ୍ଡ କର୍ଭ ଗଡାଣିଆ ରାସ୍ତାରେ ଓଭରସ୍ପିଡ୍ ଗାଡି କୁ ସାଇଡ୍ ଦେବା ଫଳରେ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିପଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ସୁଚନାରୁ ପ୍ରକାଶ ଯେ ୟା ପୁର୍ବରୁ ଏହି ଜାତୀୟ ରାଜପଥ ଯାହା କାଲଟାଓ ଚୁନା ଘାଟି ଦେଇ ଯାଇଛି ସେଥିରେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଗାଡି ଦୁର୍ଘଟଣା ରେ ମୃତ୍ୟୁ ଘଟିନି । ଏ ନେଇ ବହୁ ଖବର ପ୍ରକାଶିତ ହେଉଛି । ଭୁଲ୍ ରାସ୍ତା ନିର୍ମାଣ ପାଇଁ ଏହା ଘଟି ଚାଲିଛି, ନା ରହିଛି ଲାଇଟ୍ ନା ବ୍ୟାରିକେଡ୍ , ତା ସାଙ୍ଗକୁ ରାସ୍ତା ସାରା ବ୍ଲାଇଣ୍ଡ କର୍ଭ ଓ ଘାଟି ଗଡାଣିଆ ରାସ୍ତା । ଖବର ପ୍ରକାଶିତ ହେଉଛି, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅନୁଧ୍ୟାନ ପାଇଁ ଆସୁଛନ୍ତି କିନ୍ତୁ ତା ପରେ ପରିସ୍ଥିତି ଯେମିତି କୁ ସେମିତି । ଏମିତି ଯଦି ଲାଗିପହେ ହେଲେ କୋଇଡାରେ ମୃତ୍ୟୁର ତାଣ୍ଡବ ଖେଳିଯିବ ତାହା ଅନୁମେୟ କରାଯାଉଛି ।