ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କଞ୍ଛିଲୋ ରେଳ ଫାଟକ ନିକଟରୁ ଜଂକିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଚଢ଼ାଉ କରି ଦୁଇଟି ପଥର ବୋଝେଇ ଗାଡି ଜବତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଜଂକିଆ ପୋଲିସ
ପେଟ୍ରୋଲିଙ୍ଗ କରିଥିବାବେଳେ ଆଜି ସନ୍ଧ୍ୟାରେ ଦୁଇଟି ପଥର ବୋଝେଇ ଟ୍ରକ ଜବତ କରିଥିବା ବେଳେ ଡ଼୍ରାଇଭର ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟି ଜବତ କରି ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି।
ଜଂକିଆ ପୋଲିସ ର ଚଢ଼ାଉ: ଦୁଇ ପଥର ବୋଝେଇ ଗାଡି ଜବତ
