ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ   

ଜୁନାଗଡ଼ ,୧୦/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )   – କଳାହାଣ୍ଡି ଜ଼ିଲ୍ଲା ର ସର୍ବପୁରାତନ ହାଇସ୍କୁଲ ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁଆଡମ୍ବର ରେ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭା ରେ ଜୁନାଗଡ଼ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ସଭାପତିତ୍ୱ କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନ. ଏ. ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ  ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସହ ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଜୁନାଗଡ଼ ଵି. ଇ. ଓ ତପନ ମାଝୀ,ପୁରାତନ ଛାତ୍ର ସଂସଦ  ସଭାପତି ସନ୍ତୋଷ କୁମାର ସିଂହ ଦେଓ, ସମ୍ପାଦକ କୁବଳେଶ୍ୱର ପାଣିଗ୍ରାହୀ ଡ଼. ଯୁଗଳ କିଶୋର ଷଡ଼ଙ୍ଗୀ(ଗବେଷକ, ଶିଶୁ ସାହିତ୍ୟ ଓ ସଂସ୍କୃତି ),ବିରୁପାକ୍ଷ ନାଏକ (ସ୍କୁଲ ପରିଚାଳନା କମିଟି ସଭାପତି ), ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼,ପୁରାତନ ଛାତ୍ର ଲଳିତ ଅଗ୍ରୱାଲ,ଜାନକୀ ବଲ୍ଳଭ ଦାଶ (ପୁରାତନ ଛାତ୍ର ଆମେରିକା ରେ ଅବସ୍ଥାପିତ ) ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ିବା ସହ ସୁନାଗରିକ ହେବା  ପାଇଁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଶିଶୁ ସାହିତ୍ୟ ରେ ଗବେଷଣା କରି ଜାତୀୟ ସ୍ତର ରେ ପୁରସ୍କୃତ ହୋଇଥିବା ଏହି ଅନୁଷ୍ଠାନ ର ପୁରାତନ ଶିକ୍ଷକ ଡ଼. ଯୁଗଳ କିଶୋର ଷଡ଼ଙ୍ଗୀ, ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନ ର ସଭାପତି ସନ୍ତୋଷ କୁମାର ସିଂହ ଦେଓ, ଶିକ୍ଷକ ମଳୟ କୁମାର ମୁଣ୍ଡ, ସୁଧୀର ବେହେରା, ପୁରୁଷୋତ୍ତମ ନାଏକ, ଲକ୍ଷ୍ମୀକାନ୍ତ ପଣ୍ଡା, ସୁଧାଂଶୁ ପଣ୍ଡା, ମହେନ୍ଦ୍ର ପଣ୍ଡା, ସୁରେଶ ଦାଶ ପ୍ରମୁଖ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ସୁଧୀର ବେହେରା ଓ ମଳୟ ମୁଣ୍ଡ ପରିଚାଳନା କରିଥିଲେ । ସଭା ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଞ୍ଜନା ଶୁକ୍ଲା, ଚୁମନ ଦାଶ ନାଏକ, ବିଭୁ ପ୍ରସାଦ ପଣ୍ଡା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଦ୍ୟାଳୟ ର ଏନ. ସି. ସି ଶିକ୍ଷକ ସଂଜୀବ ପଣ୍ଡା ଙ୍କ ଦ୍ୱାରା ଏନ. ସି. ସି କ୍ୟାଡେଟ ମୁତୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *