ଶନିବାର କଟକର ସମସ୍ତ ସରକାରୀ ଅଫିସ ଖୋଲା ରହିବ, ସବୁ ଅଧିକାରୀ  ଓ  କର୍ମଚାରୀ ଅଫିସରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ  

କଟକ,୨୫/୦୭/୨୦୨୫ (ଓଡ଼ିଶା ସମାଚାର)-ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶନିବାର କଟକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ବର୍ଷା ଯୋଗୁଁ ସମ୍ଭାବ୍ୟ ଜଳବନ୍ଦୀ ଅବସ୍ଥାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତାକାଲି ଶନିବାର କଟକ ଜିଲ୍ଲାର ସମସ୍ତ ସରକାରୀ ଅଫିସ ଖୋଲା ରହିବ । ସବୁ ଅଧିକାରୀ  ଓ  କର୍ମଚାରୀ ଅଫିସରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି ।

Leave a Reply

Your email address will not be published. Required fields are marked *