ଯାଜପୁର,୧୫/୦୧/୨୦୨୫ (ଓଡ଼ିଶା ସମାଚାର /ସୁରେଶ କର ) – ୮୦ବର୍ଷ ରୁ ଉର୍ଦ୍ଧ୍ଵ , ଶତକଡା ୮୦ ଉର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଜନସେବା ଦିବସ ଉପଲକ୍ଷେ ଆଜି ବରୀ ବ୍ଲକ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମ ରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରୀ ବିଡ଼ିଓ ମହେଶ୍ୱର ସେଠୀ ,ତହସିଲଦାର ମାନସ ରଞ୍ଜନ ସ୍ବାଇଁ , ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର , ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି , ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ , ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ , ସନ୍ତୋଷ ସାମଲ ,ଯାଜପୁର ସାଂସଦ ପ୍ରତିନିଧି ଅଭୟ କୁମାର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ହିତାଧିକାରୀଙ୍କୁ ସୂଚନା ଦେଇ ନିଜ ଅଭିଭାଷଣରେ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ କି ପାଇବାକୁ ଥିବା ମୋଟ ୧୨୯୬ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ତାଙ୍କ ନିକଟରେ ପହଂଚାଇବେ ଅଧିକାରୀ ମାନେ । ଅନ୍ୟ ମାନେ କିପରି ଯୋଡି ହେବେ ସେ ନିଶ୍ଚୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ପରେ ପରେ ମଞ୍ଚରୁ ଯାଇ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ସହ ମିଷ୍ଟାନ୍ନ ବଣ୍ଟନ ଦେଇ ସେମାନଙ୍କ ସହ କଥା ହୋଇଥିଲେ ।