ଟାଙ୍ଗୀ, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମ ରେ ସାତ ଦିନ ଧରି ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ଏକ ରଙ୍ଗାରଙ୍ଗ ପରିବେଶରେ ଉଦଯାପିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସହାୟତା ରେ ପଶ୍ଚିମବଙ୍ଗ ପୁରୁଲିଆ ର ଗଣେଶ ଝୋ ଡ୍ୟାନ୍ସ ଗୃପ,ବରଗଡ ର ଦୁଲଫୁଲ କଳାପରିଷଦ ବୁଢିବାହକ,ନର୍ତକି ଡ୍ୟାନ୍ସ ଏକାଡେମୀ ଭୂବନେଶ୍ବର ରିଦିମ ଡ୍ୟାନ୍ସ ଏକାଡେମୀ ଟାଙ୍ଗୀ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାଉଣ୍ଟ ଲିଟେରା ଜି ସ୍କୁଲ ସେମାନଙ୍କର ଉଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରି ଭରପୁର ଦର୍ଶକ ଙ୍କୁ ଆକର୍ଷିତ କରିଥିଲେ। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଖୋର୍ଧା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ବେଗୁନିଆଁ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ଖୋର୍ଧା ଜିଲ୍ଲାପରିଷଦ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଂଗୀ ପଞ୍ଚାୟତସମିତି ଅଧ୍ୟକ୍ଷା ରିସ୍ନା ମାନଧାତା,ସଂସଦ ସଂପାଦକ ମନୋଜ କୁମାର ପଟନାୟକ ,ପ୍ରବକ୍ତା ସରୋଜ କୁମାର ପାଇକରାୟ, ଅତିଥି ଭାବେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଘର ସନ୍ଦିପନି ମିଶ୍ର ,ଉପସଭାପତି ମନୋଜ ନାଇଡୁ,ରାମଚନ୍ଦ୍ର ପରିଡା,ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ,ଦୂର୍ଗାପ୍ରସାଦ ଦାଶ,ରାକେସ ମହାନ୍ତି,ରାକେସ ଜଗଦେବ,ପ୍ରଶାନ୍ତ ବେହେରା,କମଳଲୋଚନ ପାଇକରାୟ, ରଜନିକାନ୍ତ ମିଶ୍ର,ଅନନ୍ତ ପ୍ରଧାନ,ପ୍ରଦିପ୍ କୁମାର ସାହୁ,ଅଭିଜିତ ଦାସ,ଶଙ୍କର୍ଷଣ” ବେହେରା,ବାଲୁଙ୍କେଶ୍ୱର ବେହେରା, ଶ୍ୟାମସୁନ୍ଦର ପଟନାୟକ,ଯଦୁମଣି ବେହେରା,ସମାଜସେବୀ ଗିରିଶ ବେହେରା,ସୂର୍ଯ୍ୟକାନ୍ତ ସାହୁ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ।ଉଦଘୋସକ ଭାବେ କାର୍ଯ୍ୟକ୍ରମ ସଂପାଦନ କରିଥିଲେ ସତ୍ୟନାରାୟଣ ମହାପାତ୍ର।ହାସ୍ୟ ଅଭିନେତା ଗ୍ୟାନ ବାରିକ ଙ୍କ ହାସ୍ୟ କଥାରେ କରତାଳି ରେ ଚିଲିକା ଷ୍ଟାଡିୟମ ରେ ପ୍ରକମ୍ପିତ ହୋଇଥିଲା।
ଟାଙ୍ଗୀ : ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ଉଦଯାପିତ ।
