ଇଟାଭାଟିରେ କାମ କରୁଥିବା ୩ ଶ୍ରମିକ ଓ ଜଣେ ଶିଶୁ ଙ୍କ ମୃତ୍ୟୁ

ଢେଙ୍କାନାଳ, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମ ନିକଟରେ ଥିବା ବେଆଇନ ଇଟାଭାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି । ଶ୍ୱାସରୁଦ୍ଧ ହୋଇ ଜଣେ ନାବାଳକଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଛତିଶଗଡ଼ ରାଜ୍ୟ ମହାକୁଣ୍ଡ ଜିଲ୍ଲାର ମେଘନାଦ ଭୋଇ, ନିରା ଭୋଇ, ଜିତୁ ଭୋଇ(୧୦) ଓ ଶିବଦାସ ଭୋଇ। ସମସ୍ତେ କମଳାଙ୍ଗ ଗ୍ରାମର ବିନୟ ସାହୁଙ୍କ ଇଟାଭାଟିରେ କାର୍ୟ୍ୟ କରୁଥିଲେ। ହାତୀ ଆକ୍ରମଣ ଭୟରେ ଶୁକ୍ରବାର ଦିନ ନିଆଁ ଲଗାଯାଇଥିବା ଇଟାଭାଟି ଉପରେ ଉପରୋକ୍ତ ଚାରିଜଣ ରାତିରେ ଯାଇ ଶୋଇ ଥିଲେ । ତେବେ ବିଳମ୍ବିତ ରାତିରେ ସମସ୍ତେ ଅଣନିଶ୍ବାସୀ ହୋଇ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଣ୍ଟାବଣିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସମସ୍ତ ମୃତକ ଛତିଶଗଡ଼ ଅଂଚଳର ବୋଲି ଶୁଶିବାକୁ ମିଳୁଛି । ଇଟାଭାଟି ମାଲିକ ଫେରାର ହୋଇଯାଇଥିବା ସୂଚନା ।

Leave a Reply

Your email address will not be published. Required fields are marked *