ପଦ୍ମଚରଣ ନାୟକଙ୍କ ଅଷ୍ଟମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ସମବାୟ ଆନ୍ଦୋଳନକୁ ଲୋକପ୍ରିୟ କରିବା ସହିତ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତିଷ୍ଠା ମାଧ୍ୟମରେ ଆଧୁନିକ କେନ୍ଦ୍ରାପଡାର ଯେଉଁ କେତେଜଣ ଭିତିିସ୍ଥାପନ କରିଥିଲେ ସେମାନଙ୍କ ମଧ୍ୟରେ ବିଶିଷ୍ଟ ସମବାୟବିତ ତଥା ରାଜନେତା ସ୍ୱର୍ଗତ ପଦ୍ମଚରଣ ନାୟକ ଥିଲେ ଅଗ୍ରଗଣ୍ୟ । ତାଙ୍କର ବଳିଷ୍ଠ ଓ ନିଷ୍ଠାପର ଉଦ୍ୟମରେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ସମେତ ବଳଦେବଜୀଉ ଶିକ୍ଷା ମହାବିଦ୍ୟାଳୟ, ଆଇନ୍ ମହାବିଦ୍ୟାଳୟ, ଗୁଲନଗର ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଆଦି ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ବୋଲି ସ୍ୱର୍ଗତ ନାୟକଙ୍କ ଅଷ୍ଟମ ବାର୍ଷିକ ପୂଣ୍ୟତିଥି ଅବସରରେ ସୋମବାର ଗୁଲନଗର ହାଇସ୍କୁଲ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବହୁ ବିଶିଷ୍ଠ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ପଦ୍ମଚରଣ ନାୟକ ସ୍ମୃତି କମିଟି ସଭାପତି ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ରମଣୀ ରଞ୍ଜନ ରାଉତରାୟ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଅନୁଷ୍ଠାନର ସମ୍ପାଦକ ସରୋଜଭାଜ ସିଂ, ଅଧ୍ୟାପକ ଅଜୟ ସାମଲ, ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ରବିନ୍ଦ୍ରନାଥ ରଥ, ବିଜୟ କୁମାର ସାମଲ, ଭାଗୀରଥି ଜେନା, ସଂଗ୍ରାମ କିଶୋର ମଲିକ, ପ୍ରମୋଦ ସାହୁ, ନାରାୟଣ ଚନ୍ଦ୍ର ପରିଡା, ସୁଶିଲ କୁମାର ସାମଲ, ମୁକ୍ତାର ଖାଁ, ସାମ୍ବାଦିକ ଚିତରଞ୍ଜନ ଦାସ,ଡଃ ବାସୁଦେବ ଦାସ, ସୟଦ ଅବଦୁଲ ସତାର, ଗୁଲନଗର ବାଳକ ଓ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ପ୍ରତି ସ୍ମୃତି ଅର୍ଘ୍ୟ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସଭ୍ୟ ଉପେନ୍ଦ୍ର କର ଗୀତା ପାଠ କରିଥିବା ବେଳେ ଭରତ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦେବାଶିଷ କୁବେର, କୁଳମଣି ନାୟକ, ଚନ୍ଦ୍ରମଣୀ ନାୟକ, ପ୍ରଶାନ୍ତ ନାୟକ, ନିଳମଣୀ ନାୟକ, ରତିକାନ୍ତ ନାୟକ, କମଳେଶ ନାୟକ, ନରେଶ ନାୟକ, ଅଭିମନୁ୍ୟ ନାୟକ, ଗଗନ ବିହାରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ଗୁଲନଗର ବାଳକ ଉଚ୍ଚବିଦ୍ୟାଳୟର ଗୌତମ ପାତ୍ର, ବାଳିକା ବିଦ୍ୟାଳୟର ଅନିମା ପରମିନ, ଗୁଲନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତପସ୍ୱିନୀ ସାହୁ, ସଞ୍ଜିବନୀ ବିଦ୍ୟା ମନ୍ଦିରର ପ୍ରିିୟଙ୍କା ପ୍ରିୟଦର୍ଶିନୀ ସାହୁ, ନେତାଜୀ ମଡେଲ ୟୁପି ସ୍କୁଲର ଭାଗ୍ୟଶ୍ରୀ ସାହୁ ପ୍ରମୁଖ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *