ଶହୀଦ ଦିବାକର ପରିଡାଙ୍କ ଆତ୍ମବଳିଦାନ ଓ ବୀରତ୍ୱ ଅତୁଳନୀୟ

ଭୁବନେଶ୍ୱର, ୩୦/୧୧/୨୦୨୪ (ଓଡ଼ିଶା ସମାଚାର)-ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଆମେ ଭୁବନେଶ୍ୱର ପକ୍ଷରୁ ଶହୀଦ ଦିବାକର ପରିଡାଙ୍କ ୧୧୪ ତମ ଜୟନ୍ତୀ ସ୍ଥାନୀୟ ୟୁନିଟ ୯ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ସଭା ବରିଷ୍ଠ ସାମ୍ବାଦିକ,ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ବ ଓ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି. । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଗୋଲକ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ସଭାପତି ରାଧା ମୋହନ ମହାପାତ୍ର, ଶିକ୍ଷାବିତ ସୀତା  ବଲ୍ଳଭ ମହାପାତ୍ର, ରମେଶ ପାତାଳ ସିଂ, ପ୍ରବୀର ମହାନ୍ତି ପ୍ରମୁଖ ଯୋଗ ଦେଇ ଶହୀଦ ଦିବାକରଙ୍କ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେବା, ବୀରତ୍ୱ ତଥା ତାଙ୍କ ଆତ୍ମ ବଳିଦାନର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ. । ଆଜିର ଯୁବସମାଜ ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ । ଅତ୍ୟାଚାରୀ ରାଜାଙ୍କ କବଳରୁ ପ୍ରଜାଙ୍କୁ ରକ୍ଷା କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରାଯାଇଥିଲା ।ଏହି ଅବସରରେ ଭାଷାପ୍ରାଣ, ସମାଜସେବୀ ନବ କିଶୋର ପ୍ରଧାନ ଓ ସମାଜସେବୀକା ସୁଇଟ ମିଶ୍ରଙ୍କୁ ଶହୀଦ ଦିବାକର ପରିଡା ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା. । କାର୍ଯ୍ୟକ୍ରମକୁ ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ନାରାୟଣ ଖୁଣ୍ଟିଆ,ମନୋରଞ୍ଜନ ମହାନ୍ତି,ଅଭୟ ବଡ଼ଜେନା,ନରେନ ସାହୁ, ଅନୁସାନୁ, ଯତୀନ୍ଦ୍ର ମୋହନ ଛୋଟରାୟ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକା ରୀନା ମହାନ୍ତି ।

Leave a Reply

Your email address will not be published. Required fields are marked *