ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଧାରିତ ପ୍ରଥମ ଜିଲ୍ଲା ପ୍ରକଳ୍ପ ପରିଚାଳନା ଏକକ ବୈଠକ

 ଯାଜପୁର, ୦୫/୧୨/୨୦୨୪ (ଓଡ଼ିଶା ସମାଚାର)-ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ  ଠାରେ  ଜଲ୍ଲିାପାଳ  ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୧୧ଘଟିକା ସମୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ପ୍ରଥମ ଜିଲ୍ଲା ପ୍ରକଳ୍ପ ପରିଚାଳନା ଏକକ  ବୈଠକ ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ  ନିମନ୍ତେ ସମସ୍ତ ଶିକ୍ଷଣ ସାମଗ୍ରୀ, ଯାଦୁପେଡ଼ି ର ବ୍ୟବହାର, ଖାଲି  ପଡ଼ିଥିବା କେନ୍ଦ୍ରରେ ଆଞ୍ଚଳିକ ସମ୍ବଳ କେନ୍ଦ୍ର ସଂଯୋଜକ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ ନିମନ୍ତେ ତଦାରଖ, ଶିକ୍ଷଣ ଫଳାଫଳ ହାସଲ ନିମନ୍ତେ ପଦକ୍ଷେପ ନେଇ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ଓ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର  ପ୍ରଭାବୀ କର୍ଯ୍ୟାନ୍ୱୟନ ଦିଗରେ ସମସ୍ତ ସଦସ୍ୟମାନଙ୍କର ସହଯୋଗ କାମନା କରିଥିଲେ। ସମସ୍ତେ ନିଜର କର୍ତ୍ତବ୍ୟ ସୂଚାର ରୂପେ ସମ୍ପାଦନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଯାଜପୁର, ଡୋଲିପୁରର  ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଗୁରୁ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସଭାର କାଯ୍ୟକ୍ରମ ଅନୁଯାୟୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତଷ୍ଠିାନ, ଯାଜପୁର, ଡୋଲିପୁରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ ସୁଶାନ୍ତ କୁମାର ନାୟକ ପିପିଟି ଜରିଆରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ, ନପିୁଣ ଓଡିଶା , ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ , ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪, ଶ୍ରେଣୀ ଗୃହରେ ଯାଦୁପେଡ଼ିର ବ୍ୟବହାର, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଗବେଷଣା କାର୍ଯ୍ୟକ୍ରମ ସମ୍ବନ୍ଧରେ ବାଖ୍ୟା କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା  ଶରତ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡଃ ସ୍ମୃତିରେଖା ନାୟକ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଯାଜପୁର, ଶ୍ରୀମତୀ ସବତିା ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବଡଚଣା, ଶ୍ରୀ ଭିକାରିଚରଣ କବି, ଗୋଷ୍ଠୀ ଶିକ୍ଷା ଅଧିକାରୀ,ବରୀ, ଶ୍ରୀ ସୁବାଷ ଚନ୍ଦ୍ର ବିଶ୍ବାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଞ୍ଝିାରପୁର, ଶ୍ରୀ ଶୁଭ୍ରାଂଶୁ ପୁହାଣ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଦାନଗଦି, ଶ୍ରୀ  ଆଲୋକ କୁମାର ବନ୍ଧ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଦଶରଥପୁର, ଶ୍ରୀ ଅଭିଜିତ ବାରିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଧର୍ମଶାଳା, ଶ୍ରୀ  ସୁଦର୍ଶନ ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ,କୋରେଇ, ଶ୍ରୀ ନୀଳାମ୍ବର  ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ,ରସୁଲପୁର, ଶ୍ରୀ ନାରାୟଣ ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ସୁକିନ୍ଦା, ଯାଜପୁର ବ୍ଲକର  ସର୍ବମଙ୍ଗଳ ଆଞ୍ଚଳିକ ସମ୍ବଳ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଓଝା, ଦାନଗଦି ବ୍ଲକର ମନ୍ତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରିଣୀ ପ୍ରସାଦ ପୁହାଣ, କୋରେଇ ବ୍ଲକର ସାପଗଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ମହାପାତ୍ର ପ୍ରଭୁତି ଉପସ୍ଥିତ ରହି ମୌଳିକ ସାକ୍ଷରତା ଓ ସଂଖ୍ୟାଞାନର ସଫଳ ରୂପାୟନ ସଂପର୍କରେ ମତାମତ ପ୍ରଦାନ କରିଥିଲେ। ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ମୃତିଶିିଖା ନାୟକ ଆଞ୍ଚଳିକ ସମ୍ବଳ କେନ୍ଦ୍ର ସଂଯୋଜକ ଅଭାବ ଓ ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ ଓ ତଦାରଖ ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିରେ । ଶ୍ରୀ ଶରତ କୁମାର ବେହେରା ସମାଜ ମଙ୍ଗଳ ଅଧିକାରୀ ଆଦିବାସୀ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପାଇଁ ସହିଦ୍ ମାଧୋ ସିଂ ହାତଖର୍ଚ୍ଚ ପାଣ୍ଠିରୁ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ଵାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ପ୍ରଭାବୀ କର୍ଯ୍ୟାନ୍ଵୟନ ନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଶିକ୍ଷା ସଂଯୋଜକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଯାଜପୁରର ରାଜେଶ କୁମାର କର ମହାପାତ୍ର ପ୍ରାରମ୍ଭିକ ମାନ ନିର୍ଦ୍ଧାରଣ, ଶିକ୍ଷଣ ସୋପାନ ରେଜିଷ୍ଟର, ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମାସିକ ବୈଠକ ସମ୍ବନ୍ଧରେ ପିପିଟି ଜରିଆରେ ବାଖ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *