କଟକ ସଦର, ୧୨/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ର ସଭାପତି ପ୍ରଫେସର ମନୋଜ ନାୟକ ଙ୍କ ପତ୍ନୀ ସମାଜସେବୀକା ଲୋପାମୁଦ୍ରା ନାୟକ ଆଜି ରବିବାର ଦିନ ମାନସିକ ବିକାର ଗ୍ରସ୍ତ ମାନଙ୍କ ପାଇଁ ୪୨ ମୈ।ଜା ଵେଣ୍ଟକାର ବ୍ରହ୍ମପୁର ଠାରେ ଥିବା ଆନନ୍ଦାଳୟରେ ନିଜର ଜନ୍ମଦିନ ପାଳନ କରିଥିବା ଜଣାପଡିଛି।
ଏହି ଅବସରରେ ଶ୍ରୀମତୀ ନାୟକ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଓ ନୂତନ ବସ୍ତ୍ର ବଣ୍ଟନ କରିଵା ସହିତ କେକ୍ କାଟି ସମସ୍ତଙ୍କୁ ଖୁଆଇ ଥିଲେ। ସଂଗଠନର ବହୁ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ସହାୟତା କରିଥିଲେ।
